ପାଟଣାଗଡ଼ ସବଜେଲରେ ନାଟକୀୟ ଦୃଶ୍ୟ ! କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଲା ପୁଞ୍ଜିଲାଲ୍, କହିଲା ଖସିବା ଉଦ୍ୟମ ଘଟଣାରେ ନୁହେଁ ଦୋଷୀ ।

192

କନକ ବ୍ୟୁରୋ : ପାଟଣାଗଡ ଜେଲରୁ ଖସିବା ଉଦ୍ୟମ ପରେ କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଲା ପୁଂଜିଲାଲ ମେହେର । ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ପାଟଣାଗଡ ଜେଲରେ ଥିବା ପୁଂଜିଲାଲ ମେହେର ଜେଲରୁ ଖସି ଯିବା ପାଇଁ ଚେଷ୍ଟା କରୁଥିବା ଘଟଣାରେ ମୁହଁ ଖୋଲିଛି ଖୋଦ୍ ଅଭିଯୁକ୍ତ । ଘଟଣାର ତଦନ୍ତ ଚାଲିଥିବା ବେଳେ ତଦନ୍ତରକାରୀ ଅଧିକାରୀ ଏନେଇ ମୁହଁ ଖୋଲୁନାହାନ୍ତି । ଏହି ସମୟରେ ଏକ ଚାଂଚଲ୍ୟକର ବୟାନ ଦେଇଛି ପୁଂଜିଲାଲ ମେହେର । ସେ କୌଣସି ଦୋଷୀ ନୁହେଁ, ତାଙ୍କୁ ଫସାଇବା ପାଇଁ ଏପରି କରାଯାଉଛି । ଜେଲ କର୍ତୃପକ୍ଷ ତାଙ୍କୁ ବାରମ୍ବାର ଟଙ୍କା ମାଗୁଛନ୍ତି । ସେ ଟଙ୍କା ଦେବାକୁ ମନା କରିବାରୁ ଏମିତି ହେଲା ବୋଲି ପୁଂଜିଲାଲ କନକ ନ୍ୟୁଜ୍ କ୍ୟାମେରା ସାମନାରେ କହିଛନ୍ତି । ଏହାପରେ ଆସିଷ୍ଟାଣ୍ଟ ଜେଲର ପ୍ରଦୀପ ମହାଲିଙ୍ଗ ପୁଞ୍ଜିଲାଲକୁ ଟାଣି ଜେଲ ଭିତରକୁ ନେଇଯାଇଥିଲେ । ଘଟଣାର ପ୍ରକୃତ ସତ ସେତେବେଳେ ସାମ୍ନାକୁ ଆସିବ ଯେତେବେଳେ ତଦନ୍ତ କରୁଥିବା ସମ୍ବଲପୁର ଡିଆଇଜି ଗଣଧ୍ୟମଙ୍କୁ ସୁଚନା ଦେବେ ।

ପାଟଣାଗଡ଼ ସବଜେଲରେ ନାଟକୀୟ ଦୃଶ୍ୟ । କନକ ନ୍ୟୁଜରେ ସଫେଇ ରଖିଲେ ପୁଞ୍ଜିଲାଲ । ପାଟଣାଗଡ଼ ଉପକାରାଗାରରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଆସିଷ୍ଟାଂଟ୍ ଜେଲରଙ୍କ ପ୍ରତିକ୍ରିୟା ନେବାକୁ କନକ ନ୍ୟୁଜ୍ ପ୍ରୟାସ କରୁଥିବା ବେଳେ ଜେଲରଙ୍କ କାର୍ଯ୍ୟାଳୟକୁ ଅତି ନାଟକୀୟ ଢ଼ଙ୍ଗରେ ପହଁଚିଗଲା ପୁଂଜିଲାଲ । ଆଉ ନିଜ ସପକ୍ଷରେ ରଖିଲା ସଫେଇ । ସେ ନିର୍ଦ୍ଦୋଶ, ତାଙ୍କୁ ଫସାଇବା ପାଇଁ ଉଦ୍ୟମ ହେଉଥିବା କହିଲା ପାର୍ସଲ୍ ବୋମାର ଖଳନାୟକ । 

ଜେଲରୁ ଫେରାର୍ ପ୍ଲାନ୍ କରୁଥିବା ନେଇ ହୋଇଥିଲା ପୁଂଜିଲାଲ୍ ବିରୋଧରେ ଅଭିଯୋଗ । ଏହାକୁ ନେଇ ହଇଚଇ ହୋଇଥିଲା ପାଟଣାଗଡ଼ରେ । ଘଟଣାର ତଦନ୍ତ  ସଂପର୍କରେ ଜାଣିବା ପାଇଁ ପାଟଣାଗଡ଼ ସବଜେଲରେ ପହଁଚିଥିଲା କନକ ନ୍ୟୁଜ କ୍ୟାମେରା ଟିମ୍ । ତେବେ ଉପର ଅଧିକାରୀ ଏ ନେଇ ପ୍ରତିକ୍ରିୟା ଦେବେ ବୋଲି କହିଥିଲେ ଆସିଷ୍ଟାଂଟ୍ ଜେଲର ପ୍ରଦୀପ ମହାଲିଙ୍ଗ । ତେବେ କୌଣସି କାର୍ଯ୍ୟ ପାଇଁ ଜେଲରଙ୍କ ଅଫିସରେ ପହଁଚିଥିଲା ପୁଂଜିଲାଲ । ଆଉ ପାଇଥିବା ସୁଯୋଗକୁ ହାତଛଡ଼ା ନକରି ରଖିଥିଲା ବୟାନ୍ । ଜେଲ କର୍ତୃପକ୍ଷଙ୍କ ବିରୋଧରେ ଟଙ୍କା ମାଗିବା ଭଳି ସାଂଘାତିକ ଅଭିଯୋଗ କରିଥିଲା । ଏପରି ଅଭିଯୋଗରେ ହଡବଡେଇ ଯାଇଥିଲେ ଆସିଷ୍ଟାଂଟ୍ ଜେଲର । ତୁରନ୍ତ ପୁଂଜିଲାଲକୁ ଜେଲ ଭିତରକୁ ନେଇଯାଇଥିଲେ ସେ ।

ଗୁରୁବାର ସକାଳେ ୬ ଜଣ ଡକାୟତଙ୍କ ସହ ଜେଲରୁ ଫେରାର୍ ହୋଇଯିବା ନେଇ ପ୍ଲାନ୍ କରିଥିଲା ପୁଂଜିଲାଲ୍ । ତେବେ ଫାଟକ ଜଗିଥିବା ୱାର୍ଡର ସାଇରନ୍ ବଜାଇ ଦେବାରୁ ପଣ୍ଡ ହୋଇଥିଲା ଯୋଜନା । ସେମାନଙ୍କୁ କାବୁ କରି ସେଲ୍ ଭିତରକୁ ନେଇଥିଲେ ଜେଲ କର୍ମଚାରୀ । ସେପଟେ ଜେଲ ଭିତରେ କଏଦୀଙ୍କୁ ଏକାଠି କରି ଅନଶନରେ ବସି ଯାଇଥିଲେ ପୁଂଜିଲାଲ । ରାତିରେ ତଦନ୍ତ ପାଇଁ ପହଁଚିଥିଲେ ସମ୍ବଲପୁର ଜେଲ୍ ଡିଆଇଜି ତଥା ସୁପରିଟେଣ୍ଡେଂଟ ଅମିୟ ପଟନାୟକ । ତଦନ୍ତରେ କ’ଣ ମିଳିଲା, ସେ ନେଇ ମୁହଁ ଖୋଲିନାହାନ୍ତି ଜେଲ କର୍ତୃପକ୍ଷ ।