ଦିଦିଙ୍କ ଦୁର୍ଗା ଅବତାର ! ପେଣ୍ଡାଲରେ ମମତା ବାନାର୍ଜୀଙ୍କୁ ପୂଜା

28

କୋଲକାତା ଦଶହରା ପୂଜାର ସ୍ୱତନ୍ତ୍ରତା ବିଶ୍ୱ ପ୍ରସିଦ୍ଧ । ଏଠାକାର ପୂଜା ଯେତିକି ଆକର୍ଷଣୀୟ ସେତିକି ନିଆରା ପୂଜା ପେଣ୍ଡାଲ୍ । ସେମିତି ଏକ ପୂଜା ପେଣ୍ଡାଲ୍ ହେଉଛି ଚକଦାହ ଅଂଚଳର । ଯେଉଁଠାରେ ଦୁର୍ଗାଙ୍କ ସ୍ଥାନରେ ତିଆରି କରାଯାଇଛି ମମତା ବାନାର୍ଜୀଙ୍କ ପ୍ରତିମୂର୍ତ୍ତି ।

ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ସଫଳତାକୁ ସମ୍ମାନ ଜଣାଇବା ପାଇଁ ଏପରି ପଦକ୍ଷେପ ନେଇଛି ପ୍ରତୀକ୍ କ୍ଲବ୍ । ମୂର୍ତ୍ତିରେ ଦିଦିଙ୍କୁ ତାଙ୍କ ଟ୍ରେଡମାର୍କ ବ୍ଲୁ ବର୍ଡର ଧଳା ଶାଢିରେ ସଜା ଯାଇଛି । ଏହା ସହ ଗତ କିଛି ବର୍ଷ ଭିତରେ ସେ କରିଥିବା ଯୋଜନା ଗୁଡିକୁ ମଧ୍ୟ ସ୍ଥାନ ଦିଆଯାଇଛି । ଆଉ ମୂର୍ତ୍ତି ପଛପଟେ ରହିଛି ୨୫ଟି ଜିଲ୍ଲାର ନାଁ ସହିତ ୱେଷ୍ଟ ବେଙ୍ଗଲର ସଂପୂର୍ଣ୍ଣ ମ୍ୟାପ୍ । ତେବେ ଦିଦିଙ୍କ ପ୍ରତି ରାଜ୍ୟବାସୀଙ୍କ ଶ୍ରଦ୍ଧା ଏଥିରୁ ସ୍ପଷ୍ଟ ଜଣା ପଡୁଛି ।