ଗୁଜୁରାଟରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଚୁଡି ମାଡ ଘଟଣା ! କୃଷିଋଣ ଛାଡ ଦାବିରେ ଚୁଡି ଫିଙ୍ଗି ଥିବା ଚାଷୀ ଗିରଫ

42

କନକ ବ୍ୟୁରୋ : ଗୁଜୁରାଟରେ କେନ୍ଦ୍ରମନ୍ତ୍ରୀଙ୍କ ଉପରକୁ ଚୁଡି ମାଡ ଘଟଣାରେ ଜଣେ ଗିରଫ । ଗତକାଲି କେନ୍ଦ୍ରମନ୍ତ୍ରୀ ସ୍କୃତି ଇରାନୀଙ୍କ ଉପରକୁ ଚୁଡି ମାଡ଼ ହୋଇଥିଲା । ଏନଡିଏ ସରକାରଙ୍କ ୩ବର୍ଷ ପୂର୍ତି ଅବସରରେ କେନ୍ଦ୍ର ସରକାରଙ୍କ ସଫଳ ଯୋଜନାର ଉପଲବ୍ଧିକୁ ଲୋକଙ୍କ ସମ୍ନାରେ ବଖାଣିବାକୁ ଯାଇଥିବା ବେଳେ ତାଙ୍କ ଉପରକୁ ଚୁଡି ମାଡ଼ କରାଯାଇଛି ।

ଗତକାଲି ଗୁଜୁରାଟ ଅମରେଲିରେ ବିଜେପି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପହଂଚିଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଲୋକଙ୍କୁ ସରକାରଙ୍କ ସଫଳତା ବାବଦରେ ମନ୍ତ୍ରୀ କହିବା ବେଳେ ସେଠାରେ ଜଣେ ଚାଷୀ ତାଙ୍କ ଉପରକୁ ଚୁଡି ଫିଙ୍ଗିଥିଲେ । ଋଣ ଛାଡ ଦାବି କରି ଚାଷୀ ଜଣକ ଚୁଡି ଫିଙ୍ଗି ଥିବା ଜଣାପଡିଛି । ପରେ ପୁଲିସ ଏହି ଘଟଣାରେ ୧୫ ଜଣଙ୍କୁ ଅଟକ ରଖିଥିବା ବେଳେ ଚୁଡି ଫିଙ୍ଗିଥିବା ଚାଷୀଙ୍କୁ ଗିରଫ କରିଛି । ଗିରଫ ଚାଷୀଙ୍କୁ ଛାଡିବା ପାଇଁ କଂଗ୍ରେସ ଦାବି କରିଛି ।