ଆନ୍ଦୋଳନକୁ ଓହ୍ଲାଇବେ ଚିଟଫଣ୍ଡ କ୍ଷତିଗ୍ରସ୍ତ ! ୪ଟି ପର୍ଯ୍ୟାୟରେ ହେବ ଶାନ୍ତିପୂର୍ଣ୍ଣ ଧାରଣା
ଆନ୍ଦୋଳନକୁ ଓହ୍ଲାଇବେ ଚିଟଫଣ୍ଡ କ୍ଷତିଗ୍ରସ୍ତ
Kanak News is now on WhatsApp
Join and get latest news updates delivered to you via WhatsApp
ମଞ୍ଚ ପକ୍ଷରୁ ଜାରି ପ୍ରେସ୍ ବିବୃତିରେ କୁହାଯାଇଛି ଯେ ୨ ଏପ୍ରିଲ ମଧ୍ୟରେ ପ୍ରତ୍ୟେକ ଜିଲ୍ଲା ଓ ତହସିଲସ୍ତରୀୟ ତାରିଖ ଧାର୍ଯ୍ୟ କରି ମଞ୍ଚର ରାଜ୍ୟ କମିଟିକୁ ଜଣାଇବା ପାଇଁ ଆହ୍ବାନ କରାଯାଇଛି। ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ମଧ୍ୟପ୍ରଦେଶର ଗତ ବିଧାନସଭା ନିର୍ବାଚନରେ ସଂପୃକ୍ତ ରାଜ୍ୟର କ୍ଷତିଗ୍ରସ୍ତ ଜମାକାରୀମାନେ କ୍ଷମତାସୀନ ଶାସକ ଗୋଷ୍ଠୀଙ୍କୁ ଉଚିତ୍ ଶିକ୍ଷା ଦେଇଛନ୍ତି। ତେଣୁ ସମୁଦାୟ ୪ଟି ପର୍ଯ୍ୟାୟରେ ଏହି ଶାନ୍ତିପୂର୍ଣ୍ଣ ଧାରଣା ଅନୁଷ୍ଠିତ ହେବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି। ମଞ୍ଚର ହୋଇଥିବା ବୈଠକରେ ସଭାପତି ଜୟନ୍ତ ଦାସ ଅଧ୍ୟକ୍ଷତା କରିଥିଲେ। ସାଧାରଣ ସଂପାଦକ ମଧୁସୂଦନ ବିଶ୍ବାଳ କାର୍ଯ୍ୟ ବିବରଣୀ ସହ କାର୍ଯ୍ୟସୂଚୀ ପ୍ରସ୍ତାବ ଉପସ୍ଥାପନ କରିଥିଲେ।