ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହେଲେ ପ୍ରଫେସର, ସୋସିଆଲ ମିଡିଆରେ ସାଜିଲେ ‘ଷ୍ଟାଚ୍ୟୁ ଅଫ୍ ଭର୍ଜିନିଟି’

104

ମହିଳାମାନଙ୍କ କୁମାରୀତ୍ୱ ପ୍ରସଙ୍ଗରେ ଫେସବୁକ୍ ପୋଷ୍ଟ କରି ସମାଲୋଚନାର ଶିକାର ହୋଇଛନ୍ତି କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟର ପ୍ରଫେସର କନକ ସରକାର। ସେ ମହିଳାଙ୍କ କୁମାରୀତ୍ୱକୁ ଏକ ‘ସିଲ୍ ଦିଆ ଥଣ୍ଡାପାନୀୟ ବୋତଲ ଓ ପ୍ୟାକ୍ ଖୋଲା ଯାଇ ନଥିବା ବିସ୍କୁଟ ପ୍ୟାକେଟ୍ ସହିତ ତୁଳନା କରି ବିବାଦ ଘେରକୁ ଆସିଛନ୍ତି। ସୋସିଆଲ ମିଡିଆରେ ଟ୍ରୋଲ୍ ହୋଇଛନ୍ତି।

 

ପ୍ରଫେସର ସରକାର ନିଜର ଫେସବୁକ୍ ଟାଇମ୍ ଲାଇନରେ ଶିକ୍ଷିତ ଯୁବପିଢ଼ିକୁ ନୈତିକ ଶିକ୍ଷା ଦେବା ଅଭିପ୍ରାୟ ରଖି ଯୁବକମାନଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ କୁମ୍ବାରୀତ୍ୱ ଥିବା ଝିଅ ଏକ ସିଲ୍ ଦିଆ ବୋତଲ୍ କିମ୍ବା ପ୍ୟାକେଟ୍ ଭଳି। ବହୁତ ଯୁବକ ବୋକା, ସେମାନେ ଝିଅଙ୍କ କୁମାରୀତ୍ୱ ବିଷୟରେ ଅବଗତ ନଥାନ୍ତି। ଆପଣ କେବେ ଠିପି ଖୋଲା ଥିବା ଥଣ୍ଡା ପାନୀୟ କିଣନ୍ତି କି ?

ଏହାପରେ ଏହି ମନ୍ତବ୍ୟକୁ ନେଇ ଜୋରଦାର୍ ବିରୋଧ ହୋଇଥିଲା। ଫଳରେ ପ୍ରଫେସର ତାଙ୍କର ପୋଷ୍ଟ ପ୍ରତ୍ୟାହାର କରି ଦେଇଥିଲେ। ଜଣେ ଫେସବୁକ୍ ବ୍ୟବହାରକାରୀ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ସର୍ଦ୍ଦାର ବଲ୍ଲଭଭାଇଙ୍କ ମୁଣ୍ଡ ସ୍ଥାନରେ ପ୍ରଫେସରଙ୍କ ମୁଣ୍ଡ ଲଗାଇ ଷ୍ଟାଚ୍ୟୁ ଅଫ୍ ଭର୍ଜିନିଟି ଲେଖି ପୋଷ୍ଟ କରିଥିବା ଦେଖିବାକୁ ମିଳିଛି। ଏତେ ସବୁ ବିବାଦ ଉପୁଜିବା ପରେ ପ୍ରଫେସର କନକ ସରକାର, ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି ସଫେଇ ଦେଇଛନ୍ତି। ଏହା ସତ୍ତ୍ୱେ ପ୍ରେଫେସରଙ୍କୁ ଟ୍ରୋଲ କରିବା ଜାରି ରହିଛି।