ଶତ୍ରୁପକ୍ଷଙ୍କୁ ମାତ୍ ଦେବା ପାଇଁ ଭାରତୀୟ ସେନାରେ ସାମିଲ୍ ପୃଥ୍ୱୀ-୨ ! ଅନ୍ଧାରରାତିରେ କ୍ଷେପଣାସ୍ତ୍ରର ହେଲା ସଫଳ ପରୀକ୍ଷଣ ।
ସ୍ଥଳ ଭାଗରୁ ସ୍ଥଳ ଭାଗକୁ ନିକ୍ଷେପ କରାଯାଇ ପାରୁଥିବା ଆଣବିକ କ୍ଷମତାସଂପନ୍ନ ସ୍ୱଳ୍ପ ଦୂରଗାମୀ ‘ପୃଥ୍ଵୀ-୨’ କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଛି । ମିଳିଥିବା ସୂଚନାନୁଯାୟୀ, ବାଲେଶ୍ୱର ଚାନ୍ଦିପୁରସ୍ଥିତ ଆଇଟିଆର ୩ନମ୍ବର ଲଞ୍ଚପ୍ୟାଡରୁ ଆଜି ରାତି ୮ଟା ୩୫ ମିନିଟ ସମୟରେ ‘ପୃଥ୍ଵୀ-୨’ର ପରୀକ୍ଷଣ କରାଯାଇଥିଲା। ଏହି ପରୀକ୍ଷଣକୁ ମିଶାଇଲେ ଚଳିତବର୍ଷ ଏହା ୪ର୍ଥ ଥର ପାଇଁ ପରୀକ୍ଷଣ ହୋଇଥିବା ଜଣାପଡ଼ିଛି। ଚଳିତ ମାସରେ ଏହା ୨ ଥର ରାତିରେ ପରୀକ୍ଷା ହୋଇସାରିଲାଣି ।
Kanak News is now on WhatsApp
Join and get latest news updates delivered to you via WhatsApp
ଗତ ଫେବୃୟାରୀ ମାସରେ ଏହାର ୨ ଥର ପରୀକ୍ଷଣ ହୋଇଥିଲା। ଡିଆରଡିଓ ସହଯୋଗରେ ପ୍ରତିରକ୍ଷା ବାହିନୀର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ ଦ୍ୱାରା ‘ପୃଥ୍ଵୀ-୨’ ଏକ ନିୟମିତ ବ୍ୟବହାରିକ ପରୀକ୍ଷଣ । ଏହା ୧ହଜାର କିଗ୍ରା ପର୍ୟ୍ୟନ୍ତ ପାରମ୍ପରିକ ତଥା ଆଣବିକ ଯୁଦ୍ଧାସ୍ତ୍ର ବହନ କ୍ଷମତା ରଖୁଛି। ୩୫୦ କିଲୋମିଟର ପର୍ୟ୍ୟନ୍ତ ମାରକ କ୍ଷମତା ରହିଥିବା ‘ପୃଥ୍ଵୀ-୨’କୁ ଭାରତୀୟ ସେନାର ୩୩୩-କ୍ଷେପଣାସ୍ତ୍ରରେ ରେଜିମେଣ୍ଟରେ ସାମିଲ କରାଯାଇଛି। ଏହାର ଲମ୍ବ ୮.୫୬ ମିଟର, ମୋଟେଇ ୧୧୦ସେମି ଏବଂ ଓଜନ ୪.୬ଟନ୍ ହୋଇଥିବା ବେଳେ ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ। ଏହାକୁ ପ୍ରଥମେ ୧୯୯୬ରେ ପରୀକ୍ଷା କରାଯାଇଥିବା ବେଳେ ୨୦୦୩ରୁ ଭାରତୀୟ ସେନାରେ ସାମିଲ କରାଯାଇଛି । ଏହା ପୂର୍ବରୁ ଗତବର୍ଷ ଜୁନ୍ ୬ତାରିଖରେ ଏହାର ପରୀକ୍ଷଣ କରାଯାଇଥିଲା ।