ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାର ସତ୍ୟାସତ୍ୟ ଆସିବ ପଦାକୁ

60

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାର ସତ୍ୟାସତ୍ୟ ପଦାକୁ ଆସିବ । ସେଂଟ୍ରାଲ ଇନଫର୍ମେସନ କମିସନ, ୧୯୭୮ ବ୍ୟାଚର ସମସ୍ତ ଛାତ୍ର-ଛାତ୍ରୀଙ୍କ ମାର୍କ ସିଟ ଦେଖାଇବାକୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ସେହି ବର୍ଷ ନରେନ୍ଦ୍ର ମୋଦି ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ବିଏ ଡିଗ୍ରୀ ହାସଲ କରିଥିଲେ । କମିସନ ସାର୍ଟିଫିକେଟ ନ ଦେଖାଇବା ସପକ୍ଷରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଯୁକ୍ତିକୁ ଖାରଜ କରିଦେଇଛନ୍ତି । ତୃତୀୟ ପକ୍ଷର ବ୍ୟକ୍ତିଗତ ସୂଚନା ବୋଲି କହି ବିଶ୍ୱବିଦ୍ୟାଳୟ ସାର୍ଟିଫିକେଟ ଦେଖାଇବାକୁ କିମ୍ବା ଏହାର ନକଲ ଦେବାକୁ ମନା କରିଥିଲା ।