ଅନୁଗୁଳ : ମାଟିଆ ସାହିରେ ଥିବା ତାରିଣୀ ମନ୍ଦିର ଭିତରୁ ପୂଜକଙ୍କ ମୃତଦେହ ଉଦ୍ଧାର

52

କନକ ବ୍ୟୁରୋ : ମନ୍ଦିର ଭିତରୁ ପୂଜକଙ୍କ ମୃତଦେହ ଉଦ୍ଧାର । ଅନୁଗୁଳ ସହରର ମାଟିଆ ସାହିରେ ଥିବା ତାରିଣୀ ମନ୍ଦିର ଭିତରୁ ଝୁଲନ୍ତା ଅବସ୍ଥାରେ ପୂଜକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୂଜକ ଜଣଙ୍କ ପ୍ରଥମେ ଠାକୁରାଣୀଙ୍କ ମୂର୍ତି ଭାଙ୍ଗିବା ପରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଗତକାଲି ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ପୂଜକ ଜଣଙ୍କ ହେଉଛନ୍ତି ନିକଟସ୍ଥ ରଗୁଡି ସାହିର ଧିରେନ୍ଦ୍ର ନାଥ । ତେବେ ତାଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ ।