ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି !

52

କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ମହାପ୍ରଭୁଙ୍କ ରଥଯାତ୍ରାକୁ କିଭଳି ଶୃଙ୍ଖଳିତ ଓ ସୁଚାରୁ ରୂପେ କରାଯିବ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଛି । ଶ୍ରୀଜିଉଙ୍କ ରଥଯାତ୍ରା, ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ପାଇଁ ଆଜି ଶ୍ରୀମନ୍ଦିର ପରିସର କାର୍ଯ୍ୟାଳୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବା ନୀତି ସବ୍ କମିଟି ବୈଠକରେ ଏନେଇ ନୀତି ନିର୍ଘଂଟ କରାଯିବ । ନୀତି ସବ୍ କମିଟି ବୈଠକ ପରେ ବସିବ ଛତିଶା ନିଯୋଗ ବୈଠକ । ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।