କାଚଘରେ କଅଁଳା ପିଲା ! ସମରୁ ସ୍ଥାନାନ୍ତର ପରେ ହାଇଟେକରେ ଚାଲିଛି ଚିକିତ୍ସା

24

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସମୟ ଆଗରୁ ଆଲୁଅ ଦେଖିଥିଲେ । ହେଲେ ସଂସାରର ଆଲୁଅ ଅପେକ୍ଷା ସମର ନିଆଁ ଓ ଧୂଆଁ ଅଣନିଶ୍ୱାସୀ କରି ଦେଇଥିଲା ତାଙ୍କୁ । କାଳରାତିର କିଟ୍ କିଟ୍ ଅନ୍ଧାର ଭିତରୁ ସେମାନଙ୍କୁ ଅଣାଯାଇଥିଲା ଆଉ ଏକ ହସପିଟାଲକୁ । ଆଉ ଏବେ ଦୁଇ ନୂଆ ଜୀବନ ବନ୍ଧା ପଡିଛି କାଚଘରେ ।

ହାଇଟେକ୍ ହସ୍ପିଟାଲର ଏସଏନସିୟୁରେ ଦୁଇ କଅଁଳା ଝିଅ । ନିଶ୍ୱାସ ପ୍ରଶ୍ୱାସର ଖେଳକୁ ବଂଚାଇ ରଖିବାକୁ ଦେହରେ ଖଞ୍ଜା ହୋଇଛି ଅନେକ ଯନ୍ତ୍ରପାତି । କାରଣ ଏମାନେ ହେଲେ ପ୍ରିମେଚରଡ ବେବି । ଆଉ ଏମିତିରେ ଏମାନଙ୍କ ଜୀବନ ପ୍ରତି ବିପଦ ରହିଛି ପ୍ରତି ମୁହୂର୍ତ୍ତରେ । ଆଉ ଏଭଳି ସ୍ଥିତିରେ ସମର ରାତି ଅଧିଆ ଚିତ୍କାରକୁ କେମିତି ବା ସହି ପାରନ୍ତେ ଏମାନେ । ପରସ୍ତ ପରସ୍ତ କଳାଧୂଆଁ ଏସଏନସିୟୁରେ ପଶିବା ପୂର୍ବରୁ ଉଦ୍ଧାରକାରୀ ଦଳର ନଜର ପଡିଥିଲା ଏହି ପିଲାଙ୍କ ଉପରେ ।

vlcsnap-2016-10-18-18h54m59s722ଜୀବନ ବିକଳରେ ସାରା ମେଡିକାଲରେ ଚାଲିଥିଲା ଧାଁ ଧଉଡ । ହେଲେ କଅଁଳ ଆଖି, କଅଁଳ ମନ କିନ୍ତୁ କିଛି ବୁଝି ପାରୁ ନଥିଲା । ପୋଖତି ମା’ ବି ଅସହାୟ ହୋଇ ପଡୁଥିଲା ନିଆଁକୁ ଦେଖି । ଭୟ ପଶିଥିଲା କାଳେ ଧୂଆଁର ଆଁ ଭିତରେ ହଜି ଯିବ ତା କଅଁଳ ପିଲା ।

ସେପଟେ ମୃତ୍ୟୁ ମୁହଁରୁ ବଂଚି ଆସିଛନ୍ତି ନୟାଗଡର ପିଙ୍କି ସାହୁଙ୍କ ୧୦ଦିନର ଝିଅ ଓ କେନ୍ଦୁଝର ହେମାବତୀ ମହନ୍ତଙ୍କ ଦିନକର ଝିଅ । ହାଇଟେକ୍ ହସ୍ପିଟାଲରେ ଚାଲିଛି ଚିକିତ୍ସା ।