ଆଉଟ୍ ହୋଇଛି ବିଦ୍ୟା ବଲାନଙ୍କ ଆଗାମୀ ମୁଭି ‘କାହାନୀ-୨’ର ପୋଷ୍ଟର । ପୋଷ୍ଟରରେ ବିଦ୍ୟା ବଲାନଙ୍କୁ ଜଣେ ମୋଷ୍ଟ୍ ୱାଂଟେଡ୍ କ୍ରିମିନାଲ୍ ହିସାବରେ ଦର୍ଶାଯାଇଛି । ଆଉ ତାଙ୍କ ଉପରେ ମର୍ଡର୍ ଓ କିଡନାପ୍ ଭଳି ମାମଲା ରହିଛି । ଯାହାକୁ ନେଇ ଫିଲ୍ମର କାହାଣୀ ଉପରେ ସସପେନ୍ସ ଜାରି ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ପୋଷ୍ଟର୍ ଅନୁଯାୟୀ ଫିଲ୍ମରେ ବିଦ୍ୟା ବଲାନ୍ ୩୬ ବର୍ଷିୟ ଦୁର୍ଗା ରାଣୀ ସିଂହ ନାମକ ଜଣେ ମହିଳାର ଅଭିନୟ କରିଛନ୍ତି । ଫିଲ୍ମରେ ବିଦ୍ୟାଙ୍କ ବ୍ୟତୀତ ଅଛନ୍ତି ଅର୍ଜୁନ୍ ରାମପାଲ୍ । ‘କାହାନୀ – ୨’ ହେଉଛି ୨୦୧୨ରେ ଆସିଥିବା ମୁଭି ‘କାହାନୀ’ର ସିକ୍ୱେଲ୍ ।