ହାଇକୋର୍ଟ ବେଂଚ ପ୍ରତିଷ୍ଠା ନେଇ ନବୀନଙ୍କ ଚିଠିର ଉତ୍ତର ରଖିଲେ ରବିଶଙ୍କର । ହାଇକୋର୍ଟର ମୁଖ୍ୟବିଚାରପତିଙ୍କ ସହ ଆଲୋଚନା କରି ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ପରାମର୍ଶ

253

କନକ ବ୍ୟୁରୋ: ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ନେଇ ନବୀନଙ୍କ ଚିଠିର ଉତ୍ତର ରଖିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ । ହାଇକୋର୍ଟର ମୁଖ୍ୟବିଚାରପତିଙ୍କ ସହ ଆଲୋଚନା କରି ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ଓଡିଶା ସରକାରଙ୍କୁ ପରାମର୍ଶ ଦେଇଛନ୍ତି ରବିଶଙ୍କର ।

ସେ କହିଛନ୍ତି ସ୍ଥାୟୀ ବେଂଚ ପ୍ରତିଷ୍ଠା ହାଇକୋର୍ଟ ମୁଖ୍ୟବିଚାରପତିଙ୍କ ଅଧିକାର ଭୁକ୍ତ ପ୍ରସଙ୍ଗ । ଏହା ସହିତ କେଉଁଠି ବେଂଚ ସ୍ଥାପନ ହେବ ତାହା ଚୂଡାନ୍ତ କରି ତଥ୍ୟ ଦେଲେ କେନ୍ଦ୍ର ସରକାର ପରବର୍ତ୍ତି ପଦକ୍ଷେପ ଗ୍ରହଣ କରିବେ ବୋଲି ରବିଶଙ୍କର ଚିଠିରେ ଉଲ୍ଲେଖ କରିଛନ୍ତି । ହାଇକୋର୍ଟ ବେଂଚ ପ୍ରତିଷ୍ଠା ନେଇ ଏହି ଅଂଚଳର ଲୋକଙ୍କ ଦାବିରେ ଯଥାର୍ଥତା ଦର୍ଶାଇ ତୁରନ୍ତ ପଦକ୍ଷେପ ନେବାକୁ ଦୁଇ ଦିନ ତଳେ କେନ୍ଦ୍ରକୁ ଚିଠି ଲେଖିଥିଲେ ନବୀନ ।

ଏଥିସହ ହାଇକୋର୍ଟ ବେଂଚ ସ୍ଥାପନ ନେଇ ସ୍ଥାନୀୟ ଅଂଚଳରେ ଲୋକଙ୍କ ଅସନ୍ତୋଷ ବଢ଼ୁଥିବାରୁ ପ୍ରଶାସନିକ ଓ ବିଚାରବିଭାଗୀୟ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଚିଠିରେ ଦର୍ଶାଇଥିଲେ ନବୀନ ।