ଟାର୍ଗେଟରେ ନବୀନ ! ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ମୋଦିଙ୍କ ମନ୍ତ୍ରୀ

39

କନକ ବ୍ୟୁରୋ : ନବୀନ ସରକାରଙ୍କୁ ଅପାରଗ କହିଲେ ମୋଦିଙ୍କ ମନ୍ତ୍ରୀ । ଓଡିଶାରେ ନବୀନ ସରକାରରେ କୌଣସି ବିକାଶ ହୋଇପାରିନି ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି । ରାଜ୍ୟ ସରକାର ସଂପୂର୍ଣ ନିଷ୍କ୍ରିୟ ହୋଇ ପଡିଛନ୍ତି । ଲୋକେ ବିକଳ୍ପ ଚାହୁଁଛନ୍ତି । ରାଜ୍ୟବାସୀଙ୍କ ଉନ୍ନତି ପାଇଁ ଆମେ ବିକଳ୍ପ ବ୍ୟବସ୍ଥା କରିବୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜାଭଡେକର । ଏହାସହ ଅମିତଙ୍କ ମିଶନ ୧୨୦ ଓଡିଶାରେ ସଫଳ ହେବ ବୋଲି ଜାଭେଡକର ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏବେ ଲୋକ ପରିବର୍ତ୍ତନ ଆଡକୁ ମନ ବଳାଇ ସାରିଲେଣି । ରାଜ୍ୟରେ ଦୀର୍ଘ ୧୭ ବର୍ଷ ମଧ୍ୟରେ କେତେ ବିକାଶ ହୋଇଛି ସେ ନେଇ ଲୋ ହିସାବ ମାଗିବା ଆରମ୍ଭ କଲେଣି ।

prakash javedkarଏହା ସହ ୧ ଟଙ୍କିଆ ଚାଉଳ ରାଜ୍ୟ ସରକାରଙ୍କର ନୁହେଁ, ବରଂ ମୋଦିଙ୍କର ବୋଲି ସେ କହିଛନ୍ତି । ଯୋଜନା ମୋଦିଙ୍କର କିନ୍ତୁ ଚେହେରା ନବୀନଙ୍କର ରହୁଛି ବୋଲି ସେ କହିଛନ୍ତି । ରାଜ୍ୟରେ ମିଳୁଥିବା ଦୁଇ ଟଙ୍କିଆ ଚାଉଳ କେନ୍ଦ୍ର ସରକାର ଦେଉଛନ୍ତି । ମୋଦି ସରକାର ଏହି ଚାଉଳ ପାଇଁ ୨୭ ଟଙ୍କା ଦେଉଥିବା ବେଳେ ନବୀନ ମାତ୍ର ଦୁଇ ଟଙ୍କା ଦେଇ ନିଜ ନାମରେ କେନ୍ଦ୍ର ସରକାରଙ୍କ ଯୋଜନାକୁ ହାଇଜାକ କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ନବୀନଙ୍କୁ ଆକ୍ଷେପ କରି କହିଛନ୍ତି, ନବୀନଙ୍କ ଏକ ବିଶେଷତା ହେଉଛି କେନ୍ଦ୍ର ଯୋଜନାକୁ ହାଇଜାକ୍ କରିବା । ଏଥିରେ ନବୀନ ମାହିର । କେନ୍ଦ୍ର ଦେଉଥିବା ଯୋଜନାରେ ମାତ୍ର ଅଳ୍ପ କିଛି ନିଜ ନାଁରେ ଯୋଜନାକୁ ହାତେଇ ନେଉଛନ୍ତି ନବୀନ ।

naveen 3ଦୁଇ ଦିନିଆ ଗସ୍ତରେ ଆସିଥିବା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଆଜି ଭୁବନେଶ୍ୱରରେ ପହଂଚିଛନ୍ତି । ପୁରୀ ଜିଲ୍ଲାର ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବୈଠକରେ ଜାଭଡେକର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏବେ ବିଜେପିର ଟାର୍ଗେଟରେ ରହିଛି ବିଜେଡ଼ି ଓ ନବୀନ । ଓଡିଶାକୁ ଘନଘନ କେନ୍ଦ୍ରମନ୍ତ୍ରୀ ଆଗମନ କରୁଛନ୍ତି । ଏହାସହ ନବୀନ ସରକାର ଉପରେ ଖୁବ୍ ବର୍ଷୁଛନ୍ତି ।

ପୁର୍ବରୁ ଭାଇ ଭାଇ ଥିବା ବିଜେପି-ବିଜେଡି ମଧୁଚନ୍ଦ୍ରିକାରେ ଏବେ ପଡିଛି ପୂର୍ଣ୍ଣଛେଦ । ଓଡିଶାରେ ମିଶନ ୧୨୦ର ବିଗୁଲ ଅମିତ ବଜାଇବା ପରେ ଆଟାକିଙ୍ଗ ମୁଡରେ ବିଜେପି । କଳେ ବଳେ କୌଶଳେ ଅମିତଙ୍କ ଗଣିତକୁ ସଠିକ୍ ପ୍ରମାଣିତ କରିବାକୁ ପୂରା ଦମରେ ଲାଗିପଡିଛି ବିଜେପି । ଗତକାଲି ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅନୀଲ ଜୈନ ମଧ୍ୟ ନବୀନଙ୍କୁ ଟାର୍ଗେଟ କରିଥିଲେ । ନବୀନ ସରକାରକୁ ଅର୍କମଣ୍ୟ ବୋଲି ଅଭିହିତ କରିଥିଲେ ।