ମହିଳାଙ୍କ ଅଦ୍ଭୁତ ସଂଯୋଗ ! ଯେଉଁ ଡାକ୍ତରଖାନାରେ ହେଉଥିଲେ କ୍ୟାନସରର ଚିକିତ୍ସିତ , ସେଠାରେ ହେଲେ ନର୍ସ

28

ଆମେରିକା : ବେଳେବେଳେ ଦେଖାଯାଏ ଅନେକ କ୍ଷେତ୍ରରେ ଏମିତି ଘଟଣା ଘଟେ । ଯାହା ଆଶ୍ଚର୍ଯ୍ୟ କରେ ସମସ୍ତଙ୍କୁ । ମଣିଷ ବେଳେବେଳେ ଯାହା ଚାହିଁନଥାଏ , ସମୟ ତାହା ଆଣି ଦେଇଥାଏ । ଏbrownମିତି ଏକ ଖବର ପ୍ରକାଶ ପାଇଛି ନବଭାରତ ଟାଇମ୍ସରେ । ଯାହା ଏବେ ଖୁବ୍ ଚର୍ଚ୍ଚାରେ ।

କ୍ୟାନସରରେ ପୀଡିତ ହୋଇ ଜୀବନ ମରଣର ଯୁଦ୍ଧ ଲଢିବା ଯେକୈାଣସି ଲୋକପାଇଁ କଷ୍ଟକର କାମ ହୋଇଥାଏ । ମୋଣ୍ଟାନା ବ୍ରାଉନ୍ ଏହି ଅସାଧ୍ୟ ରୋଗ ସହ ଥରେ ନୁହେଁ ଦୁଇଥର ଲଢେଇ କରିଛନ୍ତି ଆଉ ଜିତିଛନ୍ତି । ପ୍ରଥମ ଥର ଯେତେବେଳେ ସେ ୨ ବର୍ଷର ହୋଇଥିଲେ ଏବଂ ଦ୍ୱିତୀୟ ଥର ଯେତେବେଳେ ତାଙ୍କୁ ହୋଇଥିଲା ୧୫ ବର୍ଷ । ଏହା ତାଙ୍କ ପାଇଁ ଏକ ମହତ୍ୱପୂର୍ଣ୍ଣ କଥା । କାରଣ ଯେଉଁ ୱାର୍ଡରେ ସେ ଚିକିତ୍ସିତ ହେଉଥିଲେ , ସେଠାରେ ଏବେ ସେ ଜଣେ ନର୍ସ ଭାବେ କାମ କରୁଛନ୍ତି ।

ନିଜର ଫେସବୁକ ପୋଷ୍ଟରେ ମୋଣ୍ଟାନା ବ୍ରାଉନ୍ ଏହି ଖୁସି ସେୟାର କରିଛନ୍ତି । ଆଉ ଲେଖିଛନ୍ତି , ‘ମୁଁ ଆଜି ଏକ ମିନିଟ୍ ନେଇ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ଯେବେ ବି କିଏ ମୋତେ କହେ କି ପିଲାଙ୍କ ୱାର୍ଡରେ ଆପଣଙ୍କର ସ୍ୱାଗତ , ମୋ ଆଖି ଖୁସି ଓ ଗର୍ବରେ ଭରିଯାଏ । ଭଗବାନ ଯେମିତିକା ଜୀବନ ମୋ ପାଇଁ ବାଛିଛନ୍ତି , ମୁଁ ଏଥିପାଇଁ ବହୁତ ଧନ୍ୟବାଦ ଦେଉଛି । ’

ନିଜର ଫେସବୁକ୍ ପୋଷ୍ଟରେ ସେ ଲେଖିଛନ୍ତି କି ଯେଉଁ ଡାକ୍ତରଖାନାରେ ପିଲାଦିନ ଓ ଟିନଏଜ୍ ରେ ଚିକିତ୍ସା ହୋଇଥିଲା , ସେହି ଡାକ୍ତଖାନାରେ ମୁଁ ଆଜି କାମ କରୁଛି । ବ୍ରାଉନ୍ ଲେଖିଛନ୍ତି, ’୨୪ ବର୍ଷ ବୟସରେ ଡାକ୍ତରଖାନାରେ କାମ କରିବା ମୋ ପାଇଁ ସବୁଠୁ ବଡ ସ୍ୱପ୍ନ ପୁରା ହୋଇଛି । ଏହି ପ୍ରେରଣା ଦାୟୀ ସଂସ୍ଥାନରେ କାମ କରିବା ନେଇ ମୁଁ ବହୁତ ଖୁସି ।’