ଦଳର ପ୍ରଦର୍ଶନକୁ ନେଇ ଆମେ ଦୁଃଖିତ ହେଲେ ହତାଶ ନୁହେଁ : ପ୍ରଦୀପ ମହାରଥୀ

52

କନକ ବ୍ୟୁରୋ : ପିପିଲିରେ ପଦ୍ମକୁ ଅଟକାଇ ଦେଲେ ପ୍ରଦୀପ ମହାରଥୀ । ଚତୁର୍ଥ ପର୍ଯ୍ୟାୟରେ ଭୋଟକୁ ଯାଇଥିବା ପିପିଲିର ୩ଟିଯାକ ଜୋନକୁ ଅକ୍ତିଆରରେ ରଖିଛି ବିଜେଡି । ତେବେ ବିଜେଡିର ସାମଗ୍ରୀକ ପ୍ରଦର୍ଶନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ । କହିଛନ୍ତି ଦଳର ପ୍ରଦର୍ଶନକୁ ନେଇ ଆମେ ଦୁଃଖିତ ହେଲେ ହତାଶ ନୁହେଁ । ଆଗକୁ ପ୍ରଦର୍ଶନ ନେଇ ସମୀକ୍ଷା କରାଯିବ । ନିର୍ବାଚନରେ କଂଗ୍ରେସ, ପରୋକ୍ଷରେ ବିଜେପିକୁ ସମର୍ଥନ ଦେଉଥିବାରୁ ଦଳ ଭଲ କରୁଥିବା ସେ କହିଛନ୍ତି ।