ପ୍ରଦେଶ କଂଗ୍ରେସ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ୨୦୧୯ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବ କଂଗ୍ରେସ

39

କନକ ବ୍ୟୁରୋ: ପ୍ରଦେଶ କଂଗ୍ରେସ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, ୩ ଜଣ କାର୍ଯ୍ୟକାରୀ ସଭାପତି ଓ ନବ ନିଯୁକ୍ତ ପିସିସି କମିଟି ସଦସ୍ୟ ଯୋଗ ଦେଇଛନ୍ତି । ଆଜି ୨୦୧୯ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବ କଂଗ୍ରେସ । ଗରିବୀ, ଚାଷୀ ସମସ୍ୟା, ବେରୋଜଗାର, ରାଫେଲ ଦୁର୍ନୀତି ପ୍ରସଙ୍ଗକୁ ୨୦୧୯ରେ ମୁଦ୍ଦା କରିବ କଂଗ୍ରେସ । ଆଜିର ଏହି ବୈଠକରେ କିଛି ପଲିଟିକାଲ ରିଜୋଲ୍ୟୁସନ ନେବ କଂଗ୍ରେସ । ଏଥିସହ ପ୍ରଥମ ପର୍ଯ୍ୟାୟ ଟିକେଟ ବାଂଟିବା ଉପରେ ଚୁଡାନ୍ତ ନିଷ୍ପତି ନିଆସରିଛି । ଖୁବଶୀଘ୍ର ଏହା ଘୋଷଣା କରାଯିବ ।

ସେପଟେ, ଗତକାଲି ଦିଲ୍ଲୀରେ ସବୁ ରାଜ୍ୟ ମୁଖିଆଙ୍କୁ ଭେଟିଛନ୍ତି ରାହୁଲ । ୨୦୧୯ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଏବେଠାରୁ ଅଂଟା ଭିଡିଛି କଂଗ୍ରେସ । ଏଥି ପାଇଁ ଗତକାଲି ଦିଲ୍ଲୀରେ ସବୁ ରାଜ୍ୟର କଂଗ୍ରେସ ପ୍ରଦେଶ ମୁଖ୍ୟଙ୍କୁ ସାକ୍ଷାତ କରିଛନ୍ତି ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆଗାମୀ ନିର୍ବାଚନରେ କେଉଁ ପ୍ରସଙ୍ଗକୁ ଆଧାର କରି ନିର୍ବାଚନ ପ୍ରଚାର କରିବେ ଏବଂ ଶାସକ ଦଳକୁ ଘେରିବେ ସେନେଇ ରାଜ୍ୟ ନେତାମାନଙ୍କ ସହ ଆଲୋଚନା କରିଛନ୍ତି ରାହୁଲ । ବିଶେଷ କରି ଏନଡିଏ ସରକାର ବିରୋଧରେ ରାଫେଲ ଦୁର୍ନୀତିକୁ ମୁଖ୍ୟ ପ୍ରସଙ୍ଗ କରିବାକୁ କଂଗ୍ରେସ ଯୋଜନା କରୁଥିବା ସୂଚନା ମିଳିଛି ।

ରାଫେଲ ଡିଲ୍ ଦେଶରେ ସବୁଠାରୁ ବଡ ପ୍ରତିରକ୍ଷା ଦୁର୍ନୀତି ବୋଲି କଂଗ୍ରେସ ଅଧ୍ୟକ୍ଷ କହି ଆସୁଛନ୍ତି । ଏହି ବୈଠକରେ ଓଡିଶାରୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସହ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ସାମିଲ ହୋଇଥିଲେ ।