ରାଜଠାଣିରେ ମନ୍ତ୍ରୀ ପୁଅଙ୍କ ବାହାଘର ! ସୋସିଆଲ ମିଡିଆରେ ଭାଇରାଲ ହେଲା ମନ୍ତ୍ରୀଙ୍କ ପୁଅ ବାହାଘରର ଭିଡିଓ

37

କନକ ବ୍ୟୁରୋ : ମନ୍ତ୍ରୀ ପୁଅଙ୍କ ବାହାଘର । ଚକମକ ଆଲୁଅ ସାଙ୍ଗକୁ ଆଖି ଝଲସାଇ ଦେଲା ଭଳି ତୋରଣ । ଯେମିତି ଚମକି ଉଠୁଥିଲା ରାଜଧାନୀର ବରମୁଣ୍ଡା ପଡିଆ । ବେସ ଧୁମଧାମରେ ହୋଇଥିଲା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କ ବାହାଘର । ସେଲିବ୍ରିଟିଠୁ ଆରମ୍ଭ କରି, ଫିଲ୍ମ ଷ୍ଟାର, ରାଜନେତା, ହାଇପ୍ରୋଫାଇଲ ଅଫିସର ସମସ୍ତେ ଯୋଗ ଦେଇଥିଲେ ମନ୍ତ୍ରୀଙ୍କ ପୁଅ ବାହା । ବାହାଘରରେ ରୁଦ୍ର ବର ବେଶ ସାଜି ହାତରେ ଖଣ୍ଡା ଧରି ବରଯାତ୍ରୀଙ୍କ ଗହଣରେ ଝିଅ ଘରେ ପହଂଚିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଆଉ ଏପଟେ ଗତକାଲି ବାହାଘର ଭୋଜିର ଭିଜୁଆଲ ବି ସୋସିଆଲ ମିଡିଆରେ ବେଶ ଛାଇ ଯାଇଛି । ରୁଦ୍ରଙ୍କ ସହ ସେଲଫି ମାରିବା ପାଇଁ ଯେତିକି ଲୋକଙ୍କ ଭିଡ ଜମିଥିଲା । ତାଠାରୁ ଅଧିକ ଆକର୍ଷଣ ଥିଲେ ଟିଭି ପରଦାରେ ଥିବା ନେତା, ମନ୍ତ୍ରୀ ଓ ସେଲିବ୍ରିଟିଙ୍କର । ବିଶେଷ କରି ମୁଖ୍ୟମନ୍ତ୍ରୀ କଡା ସୁରକ୍ଷା ବଳୟ ଭିତରେ ମହାରଥୀଙ୍କ ପୁଅ ବାହାଘର ଭୋଜିରେ ଯୋଗ ଦେଇଥିଲେ । ପାଖାପାଖି ସାଢେ ୩ ହଜାର ଲୋକଙ୍କୁ ଗତକାଲି ଭୋଜିରେ ନିମନ୍ତ୍ରଣ କରାଯାଇଥିବା ସୂଚନା ମିଳିଥିବା ବେଳେ, ଆସନ୍ତା ୨୯ ତାରିଖରେ ପିପିଲି ଅର୍ଥାତ ମହାରଥୀଙ୍କ ଗଡରେ ପ୍ରାୟ ୨୫ ହଜାର ଲୋକଙ୍କ ପାଇଁ ମହାରଥୀ ପୁଅ ବାହାଘର ଭୋଜିର ଆୟୋଜନ କରିଛନ୍ତି ।