ଇସ୍ତଫା ପରେ ମହାରଥୀ କହିଲେ। “ମୁଁ ବିଜେଡିର ଜଣେ ସଚ୍ଚୋଟ କର୍ମୀ, ନିଜ ଇଛାରେ ଇସ୍ତଫା ଦେଲି ।

ମୁଁ ବିଜେଡି ଦଳର ଜଣେ ସଚ୍ଚୋଟ କର୍ମୀ । ୩୫ ବର୍ଷ ଧରି ଦଳରୁ ୬ ଥର ବିଧାୟକ ହୋଇଛି ।

263

କନକ ବ୍ୟୁରୋ: ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପ୍ରଦୀପ ମହାରଥୀ ପ୍ରତିକ୍ରିୟା ରଖିଛନ୍ତି । ମହାରଥୀ କହିଛନ୍ତି, ମୁଁ ବିଜେଡି ଦଳର ଜଣେ ସଚ୍ଚୋଟ କର୍ମୀ । ୩୫ ବର୍ଷ ଧରି ଦଳରୁ ୬ ଥର ବିଧାୟକ ହୋଇଛି । ଦଳ ଉପରେ ମୋ ଯୋଗୁଁ ଚାପ ନପଡ଼ୁ ବୋଲି ଇସ୍ତଫା ଦେଲି । ମୁଁ ନିଜ ଇଚ୍ଛାରେ ଇସ୍ତଫା ଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ପ୍ରତି ମୋର ଗଭୀର ସମ୍ମାନ ରହିଛି । ତେଣୁ ସ୍ୱୋଚ୍ଛାକୃତଭାବେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପ୍ରଦୀପ ମହାରଥୀ ।

ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଥରେ ନୁହେଁ ଦୁଇ ଦୁଇ ଥର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଜେଡି ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ । ଗତ ଡିସେମ୍ବର ୨୪ ତାରିଖ ଦିନ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ କୋର୍ଟଙ୍କ ରାୟ ପରେ ନିଜ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଚାଲିଆସିଥିଲେ ମହାରଥୀ । ଯାହା ଫଳରେ ଆଜି ନୈତିକତା ଦୃଷ୍ଟିରୁ ପ୍ରଦୀପ ମହାରଥୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ସେହିଭଳି ପୂର୍ବରୁ ୨୦୧୨ ମସିହାରେ ସମାନ ପ୍ରସଙ୍ଗରେ ଇସ୍ତଫା ଦେଇଥିଲେ ମହାରଥୀ ।

pradeep moharathyସେପଟେ ଗତକାଲି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ବାରିପଦା ସମାବେଶରେ ପିପିଲି ପୀଡ଼ିତାଙ୍କ ନ୍ୟାୟ ପ୍ରସଙ୍ଗକୁ ଉଠାଇଥିଲେ । କିଛି ଦିନ ତଳେ ପ୍ରମାଣ ଅଭାବରୁ କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ତା ପରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ପୀଡ଼ିତାଙ୍କୁ ନ୍ୟାୟ ମିଳିଲା ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହାପେର ମହାରଥୀଙ୍କ ଇସ୍ତଫା ପାଇଁ ଚାରିଆଡୁ ଚାପ ପଡୁଥିଲା । ଆଜି ଏହି ମାମଲାରେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛନ୍ତି ମହାରଥୀ ।