ପ୍ରଭାସ ରାଉତଙ୍କୁ ପୁଣି ଥରେ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମ ବ୍ରାଂଚ

38

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓସ୍କାର ଚିଟଫଣ୍ଡ ସଂସ୍ଥା ମୁଖ୍ୟ ପ୍ରଭାସ ରାଉତଙ୍କୁ ପୁଣି ଥରେ ରିମାଣ୍ଡରେ ନେଲା କ୍ରାଇମ ବ୍ରାଂଚ । ତାଙ୍କୁ ୫ ଦିନିଆରେ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି । ଆଜି ରିମାଣ୍ଡ ଶେଷ ହେବା ପରେ କୋର୍ଟରେ ହାଜର କରିବା ପରେ ପୁଣି ରିମାଣ୍ଡ ପାଇଁ ଆବେଦନ କରିଥିଲା କ୍ରାଇମ ବ୍ରାଂଚ । ପ୍ରଭାସଙ୍କ ସହ କମ୍ପାନୀର ଗିରଫ ୩ ନିର୍ଦେଶକଙ୍କୁ ବି ହାଜର କରାଯାଇଛି । ଏହା ସହ ଗିରଫ ତିନି ନିର୍ଦେଶକଙ୍କ ମଧ୍ୟରୁ ତାରାପ୍ରସାଦ ହୋତାଙ୍କୁ ତିନି ଦିନ ରିମାଣ୍ଡରେ ନେଇଛି କ୍ରାଇମ ବ୍ରାଂଚ । କାରଣ ସଂସ୍ଥା ସହ ତାଙ୍କ ସଂପୃକ୍ତି ଅଧିକ ଘନିଷ୍ଟ ଥିବା ପୋଲିସ ଜାଣିପାରିଛି । ଅନ୍ୟ ଦୁଇ ନିର୍ଦେଶକଙ୍କୁ ଚୌଦ୍ୱାର ଜେଲ ପଠାଇ ଦିଆଯାଇଛି । ଗତକାଲି ସଂସ୍ଥାର ୩ ନିର୍ଦେଶକ କିର୍ତୀ ରଂଜନ ବସ୍ତିଆ, ଅବନୀ ପଟ୍ଟନାୟକ ଏବଂ ତାରା ପ୍ରସାଦ ହୋତାକୁ କ୍ରାଇମ ବ୍ରାଂଚ ଭୁବନେଶ୍ୱରରୁ ଗିରଫ କରିଥିଲା । ୨୩୦ କୋଟି ଟଙ୍କାର ଏହି ମହାଠକେଇରେ ବର୍ତମାନ ସୁଦ୍ଧା ୪୦ରୁ ୫୦ କୋଟି ଟଙ୍କାର ସଂପତି ଠାବ ହୋଇଥିବା ବେଳେ ଅବଶିଷ୍ଟ ରାଶି ନେଇ ଜେରା କରାଯିବ । ପୂର୍ବରୁ ପ୍ରଭାସଙ୍କୁ ଜେରା ବେଳେ ଓଡିଶା ସମେତ ମହାରାଷ୍ଟ୍ର ଏବଂ ଗୁଜୁୁରାଟରେ ବହୁ ସଂପତି ଥିବା ନେଇ ସୂଚନା ମିଳିଥିଲା । ଜେରା ବେଳେ ପ୍ରଭାସ ଏ ସବୁ ତଥ୍ୟ ଓଗାଳିଛନ୍ତି । ଅନ୍ୟପଟେ ଅର୍ଥ କାରବାର ଓ ଓଲିଉଡ୍ ଲିଙ୍କ୍ ନେଇ ମଧ୍ୟ ପ୍ରଭାସ ଏବଂ ଗିରଫ ନିର୍ଦେଶକଙ୍କୁ ଜେରା କରିବ କ୍ରାଇମବ୍ରାଂଚ ।