ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୁରଟରେ ରହୁଥିବା ପ୍ରବାସୀ ଓଡିଆ, ଜଣାଇଲେ ଦୁଃଖ

34

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଭେଟିଛନ୍ତି ସୁରଟରେ ରହୁଥିବା ପ୍ରବାସୀ ଓଡିଆ । ନବୀନ ନିବାସରେ ଏହି ଦେଖା ସାକ୍ଷାତ ହୋଇଥିଲା । ସୁରଟରେ ରହୁଥିବା ଓଡିଆମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।

ବିଶେଷ କରି ଜିଏସଟି ପରେ ସୁରଟରେ ଶିଳ୍ପାୟନ ବେଶୀ ପ୍ରଭାବିତ ହୋଇଛି । ଏ ବାବଦରେ ବି ପ୍ରତିନିଧି ମଣ୍ଡଳ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳ ମୁଖ୍ୟମନ୍ତ୍ରୀଙ୍କୁ ସୁରଟ ଯିବାକୁ ଅନୁରୋଧ କରିଛନ୍ତି ଓ ଏହାକୁ ନବୀନ ପଟ୍ଟନାୟକ ଗ୍ରହଣ କରିଥିବା ଜଣାଯାଇଛି । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଓଡିଆଙ୍କ ସମ୍ପର୍କରେ ଜାଣିବା ପାଇଁ ସୁରଟ ଯିବେ । ଆଲୋଚନାବେଳେ ସୁରଟ-ଭୁବନେଶ୍ୱର ବିମାନସେବା ଉପରେ ବି ଆଲୋଚନା ହୋଇଛି ।