ସାଧାରଣ ଜନତାଙ୍କ ପାଇଁ ଖୋଲିବାକୁ ଯାଉଛି ପିପିଏଫ ଆକାଉଣ୍ଟ : ଏହି ୧୦ଟି ତଥ୍ୟ ଉପରେ ଦିଅନ୍ତୁ ଧ୍ୟାନ, ମିଳିବ ଅନେକ ଲାଭ

5

ବର୍ତ୍ତମାନ ଭାରତୀୟ ବଜାରରେ ଇନଭେସ୍ଟମେଂଟ ପାଇଁ ଅନେକ ବିକଳ୍ପ ଉପଲବ୍ଦ ହେଲାଣି, ମାତ୍ର ଏବେ ମଧ୍ୟ ପବ୍ଲିକ ପ୍ରୋଭିଡେଂଟ ଫଣ୍ଡ ସାଧାରଣ ଲୋକଙ୍କର ପ୍ରଥମ ପସନ୍ଦ ହୋଇ ରହିଛି । ଏହାର କାରଣ ହେଉଛି ପିପିଏଫରୁ ମିଳୁଥିବା ଭଲ ଫେରସ୍ତ ଏବଂ ଏହାସହ ଇନକମ ଟ୍ୟାକ୍ସରୁ ମିଳୁଥିବା ଉତ୍ତମ ଫାଇଦା । ଏହାସହ ପିପିଏଫ ଆକାଉଂଟ ବ୍ୟାଙ୍କ ଏବଂ ପୋଷ୍ଟଅଫିସରେ ଅତି ସହଜରେ ଖୋଲା ଯାଇ ପାରିବ ଏବଂ ଅନେକ ବ୍ୟାଙ୍କ ମଧ୍ୟ ପିପିଏଫ ଖାତା ଉପରେ ମଧ୍ୟ ଅନଲାଇନ ସୁବିଧାର ଲାଭ ଦିଆଯାଉଛି । ଯଦି ଆପଣ ଏହି ସମସ୍ତ ସୁବିଧା ଦେଖି ଆପଣ ମଧ୍ୟ ଖାତା ଖୋଲିବା ପାଇଁ ଯୋଜନା ବନାଉଛନ୍ତି ତେବେ ପିପିଏଫ ଆକାଉଂଟ ସମ୍ପର୍କରେ ନିମ୍ନରେ କିଛି ଟିପ୍ପଣୀ ଜାଣିବା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ ।

– ପିପିଏଫ ଆକାଉଂଟ ଆପଣ ପୋଷ୍ଟ ଅଫିସ ଏବଂ ବ୍ୟାଙ୍କରେ ଜଣେ ବ୍ୟକ୍ତିଙ୍କ ନାମରେ କିମ୍ବା କୌଣସି ଶିଶୁର ଅଭିଭାବକଙ୍କ ହିସାବରେ ଖୋଲି ପାରିବେ, ମାତ୍ର କୌଣସି ସଂଯୁକ୍ତ ପରିବାର କିମ୍ବା ଜଏଂଟ ଆକାଉଂଟ ରୁପରେ ପିପିଏଫ ଆକାଉଂଟ ଖୋଲି ହେବ ନାହିଁ ।

– ପିପିଏଫ ଖାତା ଖୋଲିବା ପାଇଁ ନିମ୍ନତମ ସୀମା ୧୦୦ଟଙ୍କା ଅଟେ । ଖାତାରେ ବିତିଯିବା ଏକ ବର୍ଷ ମଧ୍ୟରେ ଅତି କମରେ ୫୦୦ଟଙ୍କା ଜମା କରିବା ଜରୁରୀ ଅଟେ । ମାତ୍ର ଏକ ବର୍ଷ ମଧ୍ୟରେ ଅଧିକତମ ଜମା କରିବାର ସୀମା ୧,୫.୦୦୦ଟଙ୍କା ଅଟେ ଏବଂ ଏହି ଟଙ୍କା ଆପଣ ୧୨ଟି କିସ୍ତି ଅନୁସାରେ ଜମା କରିପାରିବେ ।

– ପିପିଏଫ ଆକାଉଂଟର ଅବଧି ସୀମା ୧୫ବର୍ଷ ଅଟେ । ମାତ୍ର ଏହାକୁ ଥରକରୁ ଅଧିକ ଥର ୫-୫ବର୍ଷ ପର୍ଯ୍ୟନ୍ତ ମଧ୍ୟ ବଢାଇ ଦିଆଯାଇ ପାରିବ ।

– ପିପିଏଫ ଆକାଉଂଟ ଗୋଟେ ପୋଷ୍ଟ ଅଫିସରୁ ଆଉ ଏକ ପୋଷ୍ଟ ଅଫିସରେ ମଧ୍ୟ ଆପଣ ଟ୍ରାନ୍ସଫର କରିପାରିବେ ଏବଂ ଏଥିପାଇଁ ଖାତା ଧାରକ କୌଣସି ଟଙ୍କା ଦେବାକୁ ପଡିବ ନାହିଁ ।

– ପିପିଏଫ ଖାତାରେ ଲୋନ ଏବଂ ପୁଣି ୱିଡ୍ରାଲର ସୁବିଧା ଏକ ନିର୍ଦ୍ଧାରିତ ସମୟ ପାଇଁ ଦିଆଯିବ । ନିୟମାନୁସାରେ ପିପିଏଫ ଖାତା ଖୋଲିବାର ୩ୟ ବର୍ଷ ପରେ ଏହି ସୁବିଧା ଆପଣ ପାଇପାରିବେ ।

– ପବ୍ଲିକ ପ୍ରୋଭଡେଂଟ ଫଣ୍ଡ ଖାତା ଖୋଲିବା ପାଇଁ ଇନପମ ଟ୍ୟାକ୍ସ ଆକ୍ଟ ନିୟମ ୟୁ/ଏସ ୮୦ସି ଅନୁସାରେ ଛୁଟର ମଧ୍ୟ ପ୍ରାବଧାନ ରହିଛି । ଏହି ଖାତାରେ ମିଳିବା ଟଙ୍କା ଟ୍ୟାକ୍ସ ଫ୍ରି ଅଟେ ।

– ପିପିଏଫ ଆକାଉଂଟରେ ସୁଧ ୭.୬ପ୍ରତିଶତ ଅଟେ । ଯାହାର ଗଣନା ୩ମାସର ଆଧାରଉପରେ କରାଯାଇଥାଏ ।

– ପିପିଏଫ ଖାତାରେ ପ୍ରି-ମ୍ୟାଚର ୱିଡ୍ରାଲର ସୁବିଧା ଉପଲବ୍ଧ ରହିଛି , ଯଦି ନିର୍ଦ୍ଧାରିତ ସୀମା ପୂର୍ବରୁ କୌଣସି ବ୍ୟକ୍ତି ନିଜ ଟଙ୍କା ଉଠାଇବା ପାଇଁ ଚାହେଁ ତେବେ ସେ ସହଜରେ କାଢି ପାରିବେ ।

– ପିପିଏଫ ଖାତାରେ ଯଦି କୌଣସି ବ୍ୟକ୍ତି ସମୟ ପୂର୍ବରୁ ନିଜର ଖାତା ବନ୍ଦ କରିବା ପାଇଁ ଚାହାନ୍ତି ତେବେ ୧୫ବର୍ଷ ପୂର୍ବରୁ ଏହାର ଅନୁମତି ନାହିଁ । ମାତ୍ର କୌଣସି ବିଶେଷ ପରିସ୍ଥିତି କାରଣରୁ ଆପଣ ଆପଣଙ୍କ ଆକାଉଂଟ ବନ୍ଦ କରିପାରିବେ ।

Comments are closed.