ବଜାରକୁ ଆସିଲା ଭିଟାରା ବ୍ରିିଜାର ନୂଆ ମଡେଲ : ନୂଆ ରଙ୍ଗ ଓ ହାଇସ୍ପିଡ ଆଲର୍ଟ ସହ ରହିଛି ଆହୁରି ଅନେକ ଫିଚର୍ସ

64

ମାରୁତି ସୁଜୁକି ନିଜର ମିନି ଏସୟୁଭି ଭିଟାରା ବ୍ରିଜାର ନୂଆ ଭେରାଇଟି ଲଂଚ କରିଛି । ଏବେ ଏହି କାରରେ ସବୁଠାରୁ ଖାସ ଫିଚର ଏହା ଯେ ଏଥିରେ ଅଟୋମେଟିକ ଗିଅର ବକ୍ସ ରହିଛି । ଏହାବ୍ୟତୀତ ଏଥିରେ ଅନେକ ସୁରକ୍ଷା ପାଇଁ ମଧ୍ୟ ଫିଚର ରହିଛି । ଏଥିରେ ଡୁଆଲ ଏୟାର ବ୍ୟାଗ ମଧ୍ୟ ରହିଛି ଏବଂ ରିଭର୍ସ ପାର୍କିଂ ସେଂସର ମଧ୍ୟ ଦିଆଯାଇଛି । କାର ଯଦି ଅଧିକ ବେଗରେ ଯାଉଛି ତେବେ ଏହାକୁ ସହଜରେ ରୋକାଯିବା ଲାଗି ବ୍ରେକିଂ ଷିସ୍ଟମ ମଧ୍ୟ ଉନ୍ନତମାନର ରହିଛି । କାରରେ ଇଲେକ୍ଟ୍ରୋନିକ ଡିଷ୍ଟ୍ରବୁୃସନ ଦିଆ ଯାଇଛି ଯାହାଦ୍ୱାରା ହାଇସ୍ପିଡ ଆଲର୍ଟ ଜଣାପଡିବ ।

ବିଟାରା ବ୍ରିଜାରେ ୧.୩ଲିଟର ଡିଡିଆଇଏସ ଡିଜେଲ ଇଂଜନ ଅଛି । ଏହି ଇଂଜନ ୮୯ପିଏସ ପାୱର ଏବଂ ଅଧିକତଃ ୨୦୦ନ୍ୟୁଟନ ମିଟର ଟ୍ରାକ ପରିଚାଳିତ କରୁଛି । ଏହି ଇଂଜନରେ ୫ସ୍ପିଡ ମାନୁଆଲ ଟ୍ରାନ୍ସମିଶନ କମ କରାଯାଇଛି । ନୂଆଦିଲ୍ଲୀରେ ମାରୁତି ସୁଜୁକି ବିଟାରା ବ୍ରିଜାର ଏକ୍ସ ସୋ’ରୁମର ମୂଲ୍ୟ ୭.୧୯ଲକ୍ଷରୁ ଆରମ୍ଭ ହୋଇଛି । ଏକ ଲିଟରରେ ଏହା ଏସୟୁଭି ୨୪.୩କିମି ମାଇଲେଜ ଦେଖାଇବ ।

ମୂଲ୍ୟ କଥା କହିବାକୁ ଗଲେ ଦିଲ୍ଲୀ ମାରୁତି ସୁଜୁକି ବିଟାରା ବ୍ରିଜା ଏଜିସିର ଏକ୍ସ ସୋ-ରୁମ ମୂଲ୍ୟ ଦେଖନ୍ତୁ :

ଭିଡିଆଇ ଏଜିସି – ୮୫୪୦୦୦ଟଙ୍କା

ଜେଡଡିଆଇ ଏଜିସି-୯୩୧୫୦୦ଟଙ୍କା

ଜେଡଡିଆଇ+ ଏଜିସି- ୧୦୨୭୦୦୦ଟଙ୍କା

ଭାରତରେ ସୁଜୁକି ଭିଟାରାର ମୁକାବିଲା ହୁଣ୍ଡାଇ କ୍ରେଟା ସହ ହେବ । ହୁଣ୍ଡାଇ କ୍ରେଟାର ଫେସଲିଫ୍ଟ ଭର୍ସନର ଲଂଚ କରିବାର ପ୍ରସ୍ତୁତି ଆରମ୍ଭ କରିସାରିଲାଣି । କ୍ରେଟାର ଫେସଲିଫ୍ଟ ଟପ ମଡେଲରେ ସନରୁଫର ଅପସନ ରହିବ । ହୋଣ୍ଡା ଡବଲୁ ଆର-ଭି କ୍ରଶ ହାଚବ୍ୟାକରେ ଦିଆଯାଇଥିବା ସନରୁଫରେ ହୋଣ୍ଡାଇ କ୍ରେଟାରେ ଦିଆଯାଇଥିବା ସନରୁଫ କିଛି ମାତ୍ରାରେ ଭିନ୍ନ ରହିବ । ଭାରତରେ ଲଂଚ ହୋଇଥିବା ହୁଣ୍ଡାଇ କ୍ରେଟା ସାଉଥ ଆମେରିକା ବଜାରରେ ବିକ୍ରି ହେଉଥିବା କ୍ରେଟା ଭଳି ଅଟେ । ଏଥିରେ ୧.୬୫ଲିଟର ଗାମା ଡୁଅଲ ଭିଟିଭିଟି ପେଟ୍ରୋଲ, ୧.୬ଲିଟରୟୁ୨ ସିଆରଡିଆଇ ଭିଜିଟି ଏବଂ ୧.୪ଲିଟର ୟୁ୨ ସିଆରଡିଆଇ ଡିଜେଲ ଇଂଜନ ସହ ଏହାକୁ ଲଂଚ କରାଯାଇପାରେ ।