ଆଳୁରସରେ ଭରି ରହିଛି ଔଷଧୀୟ ଗୁଣ ! ତ୍ୱଚାକୁ ରଖିଥାଏ ସୁନ୍ଦର, ଦୁର କରିଥାଏ କେଶ ଝଡିବା ସମସ୍ୟା

150

ପରିବା ଭିତରେ ରାଜା କହିଲେ ଆଳୁକୁ ବୁଝାଇଥାଏ । ପ୍ରତ୍ୟେକ ତରକାରୀରେ ଆଳୁର ଆବଶ୍ୟକତା ପଡିଥାଏ । ଆଳୁ ବିନା ତରକାରୀର ସ୍ୱାଦ ଟିକିଏ ପାଣିଚିଆ ଲାଗିଥାଏ । କେବଳ ଖାଇବା ପାଇଁ ନୁହେଁ ଆଳୁ ଭିତରେ ଭରି ରହିଥିବା ଔଷଧୀୟ ଗୁଣ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆଳୁ ଭିତରେ ପୋଷକ ତତ୍ତ୍ୱ ଭରି ରହିଥାଏ । ତେବେ ଆଳୁ ରସରେ ପୋଟାସିୟମ, ସୋଡା,ଆଇର. କ୍ୟାଲସିୟମ, ଭିଟାମିନ-ଏ, ଭିଟାମିନ-ସି ଓ ଭିଟାମିନ-ଡି ପଯ୍ୟାପ୍ତ ପରିମାଣରେ ରହିଥାଏ । ଆଳୁକୁ ସିଝାଇବା ପରେ ଏହାର ପାଣିରେ ବାଳ ଧୋଇବା ଦ୍ୱାରା ଏହା ଚମକ, ମୁଲାୟମ ଓ ମୂଳରୁ ଶକ୍ତ ରହିଥାଏ । ଏହାଦ୍ୱାରା ମୁଣ୍ଡରୁ ରୂପି ସମସ୍ୟା ଦୂର ହେବା ସହ ବାଳ ଝଡିବା ମଧ୍ୟ ବନ୍ଦ ହୋଇଥାଏ ।

ଆସନ୍ତୁ ଜାଣିବା ଆଳୁରସର ଉପକାରିତା
Potatoes• ଗୋଟେ ଚାମଚ ଆଳୁରସ ସହିତ ଅଳ୍ପ କ୍ଷୀର ଏବଂ କିଛି ବୁନ୍ଦା ଗ୍ଳିସେରିନ୍ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଏହି ପେଷ୍ଟକୁ ଚେହେରା ଉପରେ ଲଗାଇି ୧୦-୧୫ ମିନିଟ୍ ରଖି ସାଧା ପାଣିରେ ଚେହେରାକୁ ସଫା ଧୋଇ ଦିଅନ୍ତୁ । ଏହା କରିବା ଦ୍ୱାରା ଚେହେରାରୁ ବୟସ୍କରେଖା ଦୂର ହୋଇଥାଏ । ଏହି ପେଷ୍ଟ ଆପଣ ନିୟମିତ ଲଗାଇପାରିବେ । ଏହା ତ୍ୱଚାର ଶୁକ୍ଷ୍ମତାକୁ ଦୂର କରିଥାଏ । ଏପରିକି ବୟସ ବଢିବା ସହିତ ମୁହଁରେ ଦେଖା ଦେଉଥିବା ସମସ୍ୟାକୁ ଏହି ପେଷ୍ଟ ଲଗାଇବା ଦ୍ୱାରା ଦୂର ହୋଇଥାଏ । ଆଳୁ ଗୋଲ ଗୋଲ କରି କାଟି ଆଖିରେ ଉପରେ ୧୦ ମିନିଟ୍ ରଖି ପରେ ହାଲକା ନଖ ଉଷୁମ ପାଣିରେ ଧୋଇବା ଦ୍ୱାରା ଆଖିର କଳାପଣ ଏବଂ କଳାରେଖା ସମସ୍ୟା ଦୂର ହୋଇଥାଏ ।

• ଆଳୁରସ ଏବଂ ଟମାଟୋରସ ସମାନ ଭାଗରେ ମିଶାଇ ପେଷ୍ଟ ତିଆରି କରନ୍ତୁ । ଏହି ପେଷ୍ଟକୁ ସବୁଦିନ ରାତିରେ ଶୋଇବା ବେଳେ ତୁଳା ସାହାଯ୍ୟରେ ମୁହଁରେ ଲଗାନ୍ତୁ ଏବଂ ସକାଳେ ସାଧା ପାଣିରେ ମୁହଁ ସଫା କରିଦିଅନ୍ତୁ । ଏହି ପ୍ୟାକ୍ ଲଗାଇବା ଦ୍ୱାରା ମୁହଁରୁ ବ୍ରଣଦାଗ,କଳାଦାଗ,ଏବଂ ବୟସ୍କରେଖା ଦୁର କରିବା ସହିତ ମୁହଁରେ ଗୋରାପଣ ଆଣିଥାଏ ।

• ଏହା ବ୍ୟତୀତ ଏକ ଚାମଚ ଆଳୁରସ ସହିତ ୨ ଚାମଚ ଲେମ୍ଭୁରସ ଏବଂ ମୁଲତାନି ମାଟି ମିଶାଇ ପତଳା ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ । ଏହା ଶୁଖିଗଲା ପରେ ଖାଲିପାଣିରେ ସଫା କରନ୍ତୁ । ଏହି ପେଷ୍ଟ ମୁହଁରୁ ସବୁ ପ୍ରକାର ଦାଗକୁ ହଟାଇଥାଏ,ଓ ମୁହଁକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ ।