୨୬୩ଟି କଏନ, ଲୁହା ଚେନ ଏବଂ ଅନେକ ଛୁଂଚି ଖାଇଥିଲେ ଯୁବକ ! ଅପରେସନ କରାଗଲା ତ ଡରି ଗଲେ ଡାକ୍ତର

108

ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶରେ ଏକ ସରକାରୀ ଡାକ୍ତରଖାନାରେ । ଯେଉଁଠାରେ ଏକ ଡାକ୍ତରୀଦଳ ଅପରେସନ କରିବା ସମୟରେ ଜଣେ ଯୁବକଙ୍କ ପେଟରୁ ଚକିତ କରିଦେବା ଭଳି ଜିନିଷ ବାହାରି ଥିଲା । ଯାହାକୁ ଦେଖି ଡାକ୍ତରଙ୍କର ହୋସ୍ ଉଡିଯାଇଥିଲା ।

ସୂଚନା ମୁତାବକ, ଜଣେ ଯୁବକଙ୍କ ପେଟରେ ଯନ୍ତ୍ରଣା ହେବା କାରଣରୁ ସେ ମଧ୍ୟପ୍ରଦେଶରେ ଏକ ସରକାରୀ ମେଡିକାଲକୁ ଚିକିତ୍ସା ପାଇଁ ଆସିଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କର ଅପରେସନ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ଏବଂ ଡାକ୍ତରଙ୍କ ପରାମର୍ଶକ୍ରମେ ବି ଉକ୍ତ ଯୁବକଙ୍କ ପରିବାର ଲୋକେ ତାଙ୍କର ଅପରେସନ ପାଇଁ ସେଠାରେ ତାଙ୍କୁ ଭତ୍ତି କରିଥିଲେ । ଏହାପରେ ତାଙ୍କର ଅପରେସନ ହୋଇଥିଲା ଯାହାକି ପାଖାପାଖି ୩ ଘଂଟା ୩୦ ମିନିଟ୍ ଯାଏଁ ଚାଲି ଥିଲା । ରିପୋର୍ଟ ଅନୁସାରେ, ଡାକ୍ତରଙ୍କ ସୂଚନାନୁଯାୟୀ, ଯୁବକଙ୍କ ପେଟରୁ ଛୁଂଚି, ଭଙ୍ଗା ଚେନ ଏବଂ ବହୁତ ଗୁଡିଏ କଏନ ବାହାର କରାଯାଇଥିଲା ।

ଯୁବକଙ୍କର ସର୍ଜରୀ କରିଥିବା ଡାକ୍ତର ଜାତୀୟ ଗଣମାଧ୍ୟମ ଡେକ୍କାନ କ୍ରୋନିକଲକୁ ସୂଚନା ଦେଇ କହିଥିଲେ କି, ସେମାନେ ଯୁବକଙ୍କ ପେଟରୁ ୨୬୩ଟି କଏନ, (ଯେଉଁଥିରେ ୨, ୫ ଏବଂ ୧୦ଟଙ୍କିଆ )କଏନ ମିଳିଥିଲା । ଯାହାର ମୋଟ ମୂଲ୍ୟ ଥିଲା ୭୯୦ ଟଙ୍କା । ତେବେ ଡାକ୍ତରଙ୍କ ସୂଚନା ଅନୁଯାୟୀ ଉକ୍ତ ଯୁବକ ଜଣକ ଜଣେ ମାନସିକ ରୋଗୀ । ଯେତେବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ସେତେବେଳେ ତାଙ୍କର ଅବସ୍ଥା ବହୁତ ଗୁରୁତର ଥିଲା ଏବଂ ବର୍ତ୍ତମାନ ସେ ପୁରା ସୁସ୍ଥ ଅଛନ୍ତି ।

ଏଠାରେ ଆମେ କହି ରଖୁଛୁ କି, କିଛି ମାସ ତଳେ ପରେ ବି ଏଭଳି ଏକ ମାମଲା ସାମ୍ନାକୁ ଆସିଥିଲା । ଯେଉଁଥିରେ ଜଣେ ଯୁବକଙ୍କ ପେଟରୁ ୬୩୯ଟି ଲୁହା କଂଟା ବାହାର କରିଥିଲେ ଡାକ୍ତର । ଯାହାର ଅପରେସନ କୋଲକତା ମେଡିକାଲ କଲେଜର ଏକ ଡାକ୍ତରୀଦଳ ଦ୍ୱାରା କରାଯାଇଥିଲା ।

ସୌଜନ୍ୟ: ଜନସତ୍ତା