ବାଘ ରହିବେ ବୃଦ୍ଧାଶ୍ରମରେ ! ଭିଭିଆଇପି ସୁବିଧା ପାଇବେ ବୁଢା ବାଘ, ୟୁପି ସରକାରଙ୍କ ନୂଆ ଯୋଜନା

159

ପୂର୍ବରୂୁ ପଞ୍ଚତନ୍ତ୍ରରେ ଏକ କାହାଣୀ ଥିଲା ୟସ୍କ ବାଘଟିଏ ଶିକାର କରି ନପାରିଲେ ମରିବା ଭଳି ଅଭିନୟ କରି ପଡିଥାଏ । ଏବଂ ଶିକାର ପାଖକୁ ଆସିଲେ ତାହାକୁ ଶିକାର କରିଥାଏ । କିନ୍ତୁ ଏବେ ସମୟ ବଦଳିଛି । ବୁଢା ବାଘ ଶିକାର ନ ପାଇଲେ ଜନବସତି ଆଡକୁ ମାଡି ଆସୁଛନ୍ତି । ଏବଂ ଲୋକଙ୍କୁ ଆକ୍ରମଣ କରୁଛନ୍ତି । ଏଭଳି ଘଟଣା ଅନେକ ଥର ଦେଖିବାକୁ ମିଳିଛି । ଏପରିକି ଗତ କିଛି ଦିନ ପୂର୍ବେ ଉତ୍ତରପ୍ରଦେଶର ପିଲିଭୀତ ବାଘ ସଂରକ୍ଷଣ କେନ୍ଦ୍ରର ପାଖ ଅଞ୍ଚଳରେ ଲଗାତାର ଏଭଳି ଘଟଣା ଦେଖିବାକୁ ମିଳୁଛି । ବୟସ୍କ ବାଘ ଗୁଡିକ ଜନବସତି ଅଞ୍ଚଳକୁ ପ୍ରବେଶ କରି ଲୋକଙ୍କୁ ଆକ୍ରମଣ କରୁଛନ୍ତି ।

file_china_tigers_population_rise_gui12_57093719ବାରମ୍ବାର ବାଘ ଆକ୍ରମଣ ଯୋଗୁଁ ଅନେକ ଲୋକ ମୃତ୍ୟମୁଖରେ ପଡୁଛନ୍ତି । ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ଉତ୍ତରପ୍ରଦେଶ ବନ ବିଭାଗ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛି । ବୃଦ୍ଧ ମଣିଷଙ୍କ ଭଳି ବୟସ୍କ ବାଘଙ୍କ ପାଇଁ ବୃଦ୍ଧାଶ୍ରମ ଖୋଲିବାକୁ ଯାଉଛି । ଏଭଳି କଥା ଶୁଣିବାକୁ ଟିକିଏ ଅଡୁଆ ଲାଗୁଥିଲେ ମଧ୍ୟ ସତ । ମଣିଷଙ୍କ ଭଳି ବାଘଙ୍କୁ ମଧ୍ୟ ବୃଦ୍ଧାଶ୍ରମରେ ରଖାଯିବ । ଏହି ଯୋଜନା ଅନୁଯାୟୀ, ବୟସ୍କ ବାଘଙ୍କୁ ଉଦ୍ଧାର କରାଯାଇ ଏହାକୁ ରେସ୍କ୍ୟୁ ସେଣ୍ଟରରେ ରଖାଯିବ ।

ଉତ୍ତରପ୍ରଦେଶର ପିଲିଭୀତରେ ଏହାର ପ୍ରଥମ ଶାଖା ଖୋଲାଯିବ । ଯେଉଁଠାରେ ବୟସ୍କ ବାଘଙ୍କୁ ଉଦ୍ଧାର କରି ତାଙ୍କର ଯତ୍ନ ନିଆଯିବ । ଏଠାରେ ସେମାନଙ୍କୁ ଖାଦ୍ୟ ଦିଆଯିବା ସହ ନିୟମିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏଥିପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳକୁ ନିଯୁକ୍ତ କରାଯିବ । ବନ ବିଭାଗର କହିବା ଅନୁଯାୟୀ, ଏହି ରେସ୍କସ୍କୁ ସେଣ୍ଟର ଆରମ୍ଭ କରିବା ପାଇଁ ୩କୋଟି ୫୦ ଲକ୍ଷ ଟଙ୍କା ବଜେଟ ପ୍ରସ୍ତୁତ କରାଯାଇଛି । ଯେଉଁଠାରେ ୧୫ଟି ବାଘକୁ ରଖା ଯାଇପାରିବ । ଏହାସହ ବାଘ ଆକ୍ରମଣକୁ ମଧ୍ୟ ରୋକାଯାଇ ପାରିବ ବୋଲି ବନ ବିଭାଗ କହିଛି ।