ଚାକିରି ନଥାଇ ବି ପ୍ରତିମାସ ଭଲ ଆୟ କରିବା ପାଇଁ ଚାହୁଁଛନ୍ତି କି ? ପୋଷ୍ଟ ଅଫିସର ଏକ ସ୍ୱତନ୍ତ୍ର ଯୋଜନାରେ ଲଗାନ୍ତୁ ଟଙ୍କା

168

ଭାରତୀୟ ଡାକଘରରେ ଅନେକ ପ୍ରକାର ଲାଭଦାୟକ ଯୋଜନା ଥାଏ, ଯାହା ବିଷୟରେ ପ୍ରାୟ ଲୋକ ଅଜ୍ଞ ଥାଆନ୍ତି । ପ୍ରାୟ ଲୋକ ବ୍ୟାଙ୍କରେ ଟଙ୍କା ନିବେଶ କରିବା ପାଇଁ ପସନ୍ଦ କରନ୍ତି । ଆଉ ଡାକଘରେ ଅନେକ ସୁବିଧା ଥାଏ ବୋଲି ଜାଣିନଥାନ୍ତି । ଡାକଘରେ ସେଭିଂ ଆକାଉଂଟରୁ ଆରମ୍ଭ କରି ଏପରି ଅନେକ ଯୋଜନା ଅଛି ଯେଉଁଠି ଭଲ ରିଟର୍ଣ୍ଣ ମିଳେ । କିନ୍ତୁ ଆପଣ କୌଣସି ଏପରି ବିକଳ୍ପ ଯଦି ଖୋଜୁଛନ୍ତି କି ଯେଉଁଠି ନିୟମିତ ମାସିକ ଆୟ ହୋଇପାରିବ । ତେବେ ଡାକଘରେ ଏପରି ଏକ ସ୍ୱତନ୍ତ୍ର ଯୋଜନା ରହିଛି, ଯଦ୍ୱାରା ଆପଣ ଲାଭରେ ରହିବେ । ଆସନ୍ତୁ ଉକ୍ତ ଯୋଜନା ବିଷୟରେ ଆଲୋଚନା କରିବା ।

India-post-office-jobs
image courtesy – aajtak.intoday.in

ପୋଷ୍ଟ ଅଫିସ ମାସିକ ଆୟ ଆକାଉଂଟ (ଏମଆଇଏସ୍) –
ନିୟମିତ ଆୟର କୌଣସି ନିବେଶ ବିକଳ୍ପ ଖୋଜୁଛନ୍ତି, ତେବେ ଏମଆଇଏସ୍ ଯୋଜନା ଆପଣଙ୍କୁ ସାହାଯ୍ୟ କରିବ । ଏଥିପାଇଁ ଆପଣଙ୍କୁ ଡାକଘରେ ନିଜର ଖାତା ଖୋଲିବା ପାଇଁ ପଡ଼ିବ । ଏ ଯୋଜନାରେ ୭.୩ ପ୍ରତିଶତ ସୁଧ ଦିଆଯାଏ ।

ଏମଆଇଏସ୍ ବିଷୟରେ କିଛି ତଥ୍ୟ :
– ଏହି ଖାତାକୁ କୌଣସି ବି ବ୍ୟକ୍ତି ଖୋଇିପାରିବେ
– ନଗଦ ଓ ଚେକ୍ ମାଧ୍ୟମରେ ଖାତା ଖୋଲାଯାଇପାରିବ
– ଖାତାରେ ନୋମିନେସନ ସୁବିଧା ମଧ୍ୟ ଉପଲବ୍ଧ ରହିଛି
– ଏହି ଖାତାକୁ ଏକ ଡାକଘରୁ ଅନ୍ୟ ଡାକଘରକୁ ଟ୍ରାନ୍ସଫର କରିପାରିବେ
– କୌଣସି ବି ବ୍ୟକ୍ତି ଏହି ପ୍ରକାର ଅନେକ ଖାତା ଖୋଲିପାରିବେ, ତେବେ ଏଥିରେ ଅଧିକତମ ନିବେଶ ପାଇଁ ସୀମା ରହିଛି
– ଏଥିରେ ଜଣେ କିମ୍ବା ୨ ଜଣ ମିଶି ମଧ୍ୟ ଖାତା ଖୋଲଇପାରିବେ
– ସିିଙ୍ଗିଲ ଆକାଉଂଟକୁ ଜଏଂଟ ଅକାଉଂଟରେ ପରିବର୍ତ୍ତିତ କରିହେବ
– ଏହି ଖାତାର ମାଚ୍ୟୁରିଟି ପରିୟଡ଼୍ ୫ ବର୍ଷ
– ଏକ ବର୍ଷ ଯିବା ପରେ କାତାରୁ କିଛି ଟଙ୍କା ମଧ୍ୟ ଉଠାଇପାରିବ
– ଏହାର ସର୍ବନିମ୍ନ ନିବେଶ ୧୫୦୦ ଟଙ୍କା ନିର୍ଦ୍ଧାରିତ ହୋଇଛି ।
– ଜଣେ ବ୍ୟକ୍ତି ଏହି ଯୋଜାନରେ ୪.୫ ଲକ୍ଷ ଟଙ୍କା ନିବେଶ କରିପାରବେ ।

POST-OFFICE

କିପରି ହେବ ମାସିକ ଆୟ –
ଏହି ଯୋଜନାରେ ୭.୩ ପ୍ରତିଶତ ଦରରେ ମାସକ ସୁଧ ଦିଆଯାଏ । ଏହି ବାର୍ଷିକ ସୁଧକୁ ୧୨ ମାସ ପରେ ବାଂଟି ଦିଆଯାଏ । ଯାହା ଆପଣଙ୍କୁ ମାସିକ ଆଧାର ଉପରେ ଦିଆଯିବ ।