ଆଇଆରସିଟିରେ ଟିକେଟ୍ ବୁକ କରିବା ସମୟରେ ୬୮ ପଇସାରେ କିଣନ୍ତୁ ଟ୍ରାଭେଲ୍ ଇନସ୍ୟୁରାନ୍ସ : ସାମାନ୍ୟ ଆହତ ହେଲେ ମେଡ଼ିକାଲ ଖର୍ଚ୍ଚ ବାବଦକୁ ମିଳିବ ୨ଲକ୍ଷ ଟଙ୍କା

53

ଆଇଆରସିଟିସିରରେ ଟିକେଟ୍ ବୁକ୍ କରିବା ସମୟରେ ଅଧିକାଂଶ ଲୋକ ଟ୍ରାଭେଲ ଇନସ୍ୟୁରାନ୍ସ କିଣିବା ଜରୁରୀ ଭାବନ୍ତି ନାହିଁ । ତେବେ ଏଇଠି ଜାଣି ରଖନ୍ତୁ ଏପରି ସ୍ଥିତିରେ ଇନସ୍ୟୁରାନ୍ସ କଭର କିଣିବା ବହୁତ ଦରକାର । ଟ୍ରାଭେଲ ଇନସ୍ୟୁରାନ୍ସ କିଣିଥିଲେ ରେଳ ଦୁର୍ଘଟଣା କିମ୍ବା ଆକସ୍ମିକ ସ୍ଥିତିରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ମିଳୁଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏଥିପାଇଁ ଦିଆଯାଉଥିବା ପ୍ରିମିୟମ ରାଶି ମାତ୍ର ୬୮ ପଇସା । ଆଇଆରସିଟିସି ଏବେ ପର୍ଯ୍ୟନ୍ତ ମାଗଣାରେ ଓ ବାଧ୍ୟତାମୂଳକ ଭାବେ ଟ୍ରାଭେଲ୍ ଇନସ୍ୟୁରାନ୍ସ ଦେଉଥିଲା । ତେବେ ପୂର୍ବରୁ ମୋବାଇଲ ଆପ୍ କିମ୍ବା ୱେବସାଟରୁ ଟିକେଟ୍ ବୁକ୍ କରିଲେ ଏହି ସୁବିଧା ମିଳୁଥିଲା । କିନ୍ତୁ ଏବେ ନିୟମରେ ପରିବର୍ତ୍ତନ ହୋଇଯାଇଛି ।

ଗତ ୧ ଡିସେମ୍ବର ୨୦୧୮ରୁ ଆଇଆରସଇଟି ଟ୍ରାଭେଲ୍ ଇନସ୍ୟୁରାନ୍ସ ନିମୟରେ ପରିବର୍ତ୍ତନ କରିଛି । ଏବେ ଏହା ମାଗଣା ଓ ବାଧ୍ୟତାମଳକ ନୁହେଁ । ଆଇଆରସିଟିର ୱେବସାଇଟରେ ଟ୍ରେନ୍ ଟିକେଟ୍ ବୁକ୍ କରିବା ସମୟରେ ଆପଣଙ୍କୁ ଟ୍ରାଭେଲେ ଇନସ୍ୟୁରାନ୍ସ ଅପ୍ସନ ଦେଖାଯିବ । ଏଥିରେ ଆପଣ ଚୟନ କରିପାରିବେ ଏବଂ ଇନସ୍ୟୁରାନ୍ସ ନେଇପାରିବେ । ନିୟମର ପରିବର୍ତ୍ତନ ପରେ ମଧ୍ୟ ଏହାର ପ୍ରିମିୟମ ରାଶି ରହିଛି ୬୮ ପଇସା । ଟ୍ରାଭେଲ ଇନସ୍ୟୁରାନ୍ସ ଅନୁସାରେ ଟ୍ରେନ୍ ଦୁର୍ଘଟଣାଜନିତ ମୃତ୍ୟୁ ଓ ଗରୁତର ଅବସସ୍ଥା ପାଇଁ ୧୦ ଲକ୍ଷ ପର୍ଯ୍ୟନ୍ତ ବୀମା ମିଳେ । ଆଂଶିକ ଅସୁସ୍ଥତା ପାଇଁ ୭.୫ ଲକ୍ଷ ଟଙ୍କାର ବୀମା ମିଳେ । ଅନ୍ୟ ପଟେ ଆହତ ହେଲେ ମେଡ଼ିକାଲ ଖଚ୍ଚ ପାଇଁ ୨ ଲକ୍ଷ ଟଙ୍କା କଭରେଜ ଦିଆଯାଏ । ଏହା ବ୍ୟତୀତ ଟ୍ରେନ୍ ଯାତ୍ରା ସମୟରେ ଦୁର୍ଘଟଣା, ଲୁଟ, ଅନ୍ୟ ହିସସାତ୍ମକ କାର୍ଯ୍ୟକଳାପ ପାଇଁ ମଧ୍ୟ ଭିନ୍ନ ସହାୟତା ରାଶି ପ୍ରଦାନ କରାଯାଏ ।

କୌଣସି ବି ଯାତ୍ରୀ ଆଇଆରସିଟିର ୱେବସାଇଟ କିମ୍ବା ଆପ ମାଧ୍ୟମରେ ଟିକେଟ୍ ବୁକ୍ କଲେ ଟ୍ରାଭେଲ ଇନସ୍ୟୁରାନ୍ସ ପାଇପାରିବେ । ଆଇଆରସିଟି ୩ଟି ବୀମା କମ୍ପାନୀ ସହ ସହଭାଗୀତା ରହିଛି । ଟିକେଟ୍ ବୁକ୍ ଓ ବୀମା କଣିବା ପରେ ଇନସ୍ୟଉରାନ୍ସ ଓ ପଲିସି ଡକୁମେଂଟ ଗୁଡ଼ିକ ଆପଣଙ୍କ ଇମେଲ ଆଇଡ଼ିକୁ ପଠାଇ ଦିଆଯିବ ।