ଦୋଷ କଲା ଜଣେ ଶାସ୍ତି ପାଇଲା ଜଣେ ! ମାତ୍ର ୧୨ ହଜାର ଟଙ୍କା ପାଇଁ ନିର୍ଦ୍ଦୋଷ ପରିବାରକୁ ଗାଁରୁ ବାସନ୍ଦ

23

କନକ ବ୍ୟୁରୋ : ନୂଆଗାଁ ଥାନା ମହୀପୁର ଫାଣ୍ତି ଅନ୍ତର୍ଗତ ଗଉଡ ଥୁଆବାରୀ ଗ୍ରାମରେ ଗୋଟିଏ ପରିବାରକୁ ବାସନ୍ଦ କରିବା ଘଟଣା ସାରା ଅ˚ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଗ୍ରାମର କାଳିଆ ନାୟକଙ୍କ ଝିଅ ପ୍ରତିଦିନ ସ୍କୁଲ ଯିବା ଆସିବା କରିବା ସମୟରେ ସେହି ଗ୍ରାମର ଗଣେଶ ପରିଡ଼ାଙ୍କ ପୁଅ ସେନ୍ତୋଷ ପରିଡ଼ା ରାସ୍ତାରେ ଜଗି ରହି ଇଙ୍ଗିତ କରିବା ସହିତ ହଇରାଣ କରି ଆସୁଥିଲା । କିଛିଦିନ ପରେ ଛାତ୍ରୀ ଜଣକ ଏକଥା ଘରେ ଜଣାଇଥିଲେ । ଛାତ୍ରୀର ବାପା କାଳିଆ ସନ୍ତୋଷର ପରିବାର ଲୋକଙ୍କୁ ଜଣାଇଥି‌ଲେ । କିନ୍ତୁ ସନ୍ତୋଷର ମାଆ ଓଲଟି କାଳିଆ ପରିବାର ଲୋକଙ୍କୁ ଗାଳିଗୁଲଜ କରିଥିଲା । ଏହାପରେ କାଳିଆ ଗାଁରେ ଜଣାଇବାକୁ ନିଷ୍ପତ୍ତି ନେଇଥିଲା । ଗାଁ ସଭାପତି ସୁରେଶ ପରିଡ଼ାଙ୍କୁ ଭେଟି ଛାତ୍ରୀର ବାପା ସମସ୍ତ କଥା କହିଥିଲେ । ଏବ˚ ପରେ ଲିଖିତ ଭାବେ ଗାଁରେ ଜଣାଇଥିଲେ ।

ଗାଁରେ ବୈୖଠକ ବସିବା ପରେ ୧୨ହଜାର ଟଙ୍କା ଉଭୟ ପରିବାର ଦେଲେ କଥା ବିଚାର କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ତେବେ କାଳିଆ ଗରିବ ଶ୍ରେଣୀର ହୋଇଥିବାରୁ ନ୍ୟାୟ ପାଇବା ପାଇଁ ଗ୍ରାମବାସୀଙ୍କ ପାଖରେ ବାରମ୍ଭାର ନେହୁରା ହୋଇଥିଲେ । କିନ୍ତୁ ଗାଁର ଜାଗର ନାୟକ, ପ୍ରଫୁଲ ନାୟକ, ପ୍ରଦିପ ନାୟକ, ରାଉଳ ନାୟକ ସେ ମିଥ୍ୟା ଅଭିଯୋଗ କରୁଥିବା ଦର୍ଶାଇ ଗାଁ ଛାଡି ଚାଲିଯିବାକୁ କହିଥିଲେ । ଏହା ସହିତ ତାଙ୍କୁ ଗାାଁରୁ ବାସନ୍ଦ କରାଯାଇଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି ।

ଗତକାଲି ଗାଁର କିଛି ବ୍ୟକ୍ତି କାଳିଆଙ୍କ ଘରେ ପହ˚ଚି ଘର ଛାଡି ଚାଲିଯିବାକୁ ତାଗିଦ୍‌ କରିଥିଲେ। କାଳିଆଙ୍କ ପରିବାର ଲୋକେ ଭୟଭୀତ ହୋଇ ତାଙ୍କର ଜଣେ ସ˚ପର୍କୀୟଙ୍କ ଘରେ ଯାଇ ଆଶ୍ରୟ ନେଇଥିଲେ । ଆଜି ସକାଳୁ ସକାଳୁ ଗାଁର କିଛି ବ୍ୟକ୍ତି କାଳିଆଙ୍କ ଘରକୁ ଭାଙ୍ଗି ଦେଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଏହାପରେ କାଳିଆ ଏବ˚ ତାଙ୍କ ସ୍ତ୍ରୀ ବୁଧେଇ ନିଜର ତିନିଝିଅଙ୍କୁ ସାଙ୍ଗରେ ଧରି ନୂଆଗାଁ ଥାନାର ଦ୍ବାରସ୍ଥ ହୋଇଛନ୍ତି । ନୂଆଗାଁ ପୋଲିସ ଅଭିଯୋଗ ପାଇ ତଦନ୍ତ କରୁଥିବା କହିଛି ।