ଯାଜପୁର କାହ୍ନୁଚରଣ ମହାବିଦ୍ୟାଳୟ ଅଧ୍ୟାପିକାଙ୍କୁ ଅସଦାଚରଣ ଘଟଣା : ୧୦ ଜଣଙ୍କ ହେଲା ପଲିଗ୍ରାଫ ଟେଷ୍ଟ

29

ଯାଜପୁର : ଯାଜପୁର କୋରେଇ ବ୍ଲକ କାହ୍ନୁଚରଣ ମହାବିଦ୍ୟାଳୟର ଅଧ୍ୟାପିକାଙ୍କୁ ଅସଦାଚରଣ ଘଟଣାରେ ୧୦ ଜଣଙ୍କ ପଲିଗ୍ରାଫ ଟେଷ୍ଟ ହୋଇଛି । ଆଜି ୭ ଜଣଙ୍କୁ ପଲିଗ୍ରାଫ ଟେଷ୍ଟ ପାଇଁ ସେମାନଙ୍କୁ ଭୁବନେଶ୍ୱର ଅଣାଯାଇଥିଲା । ପାଖାପାଖି ଘଂଟାଏରୁ ଅଧିକ ସମୟ ଧରି ସେମାନଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଛି । ଗତକାଲି ପ୍ରିନ୍ସପାଲଙ୍କ ସମେତ ୩ ଜଣଙ୍କୁ ଅଣାଯାଇଥିଲା । ଗତ ଜାନୁଆରୀ ୧୦ରେ କଲେଜ ପିକନିକରେ ଅଧ୍ୟାପିକାଙ୍କୁ ଅଧ୍ୟକ୍ଷ ବସ ଭିତରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । କୋରେଇ ଥାନାରେ ଅଭିଯୋଗ ପରେ ଅଧ୍ୟାପିକାଙ୍କର ଯାଜପୁର ରୋଡ କୋର୍ଟରେ ବୟାନ ରେକର୍ଡ କରାଯାଇଥିଲା । ଏହା ପରେ ଅଧ୍ୟାପିକା ଜଣକ ନ୍ୟାୟ ପାଇବା ଆଶାରେ କଳିଙ୍ଗନଗର ଏଡିଏମଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ।