ବଢ଼ିବାରେ ଲାଗିଛି ରାଜନୈତିକ ହିଂସାକାଣ୍ଡ ! ଓଡିଶାର ବିଭିନ୍ନ ସ୍ଥାନରେ ପୋଡାଜଳା ଓ ଭଙ୍ଗାରୁଜା

35

କନକ ବ୍ୟୁରୋ : ବଢ଼ିବାରେ ଲାଗିଛି ରାଜନୈତିକ ହିଂସାକାଣ୍ଡ । କଟକ ନିଆଳୀ ଥାନା ପୋଦନା ଗାଁରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ପୋଦନା ଗାଁର ପୂର୍ବତନ କଂଗ୍ରେସ ବିଧାୟକଙ୍କ ଘର ପୋଡି ଦେଇଛନ୍ତି ପ୍ରତିପକ୍ଷ ଗୋଷ୍ଠି । ୨ ଦିନ ତଳେ ଏକ ହତ୍ୟାକାଣ୍ଡରେ ବିଧାୟକଙ୍କ ସମ୍ପୃକ୍ତି ଥିବା ଅଭଯୋଗରେ ପୋଡାଜଳା ହୋଇଛି । ୨ ଦିନ ତଳେ ଜଣକୁ ହତ୍ୟା କରିଥିଲେ ପ୍ରତିପକ୍ଷ ଗୋଷ୍ଠି । ହତ୍ୟା ସହ କାର ଓ ଏକାଧିକ ବାଇକ ମଧ୍ୟ ପୋଡିଦେଇଥିଲେ ।

ସେହିପରି ଭଞ୍ଜନଗର ବୁଗୁଡାରେ ଦେଖିବାକୁ ମିଳିଛି ହିଂସାକାଣ୍ଡ । ହିଂସାକାଣ୍ଡରେ ୨ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତି କରାଯାଇଛି । ବୁଗୁଡାର ପ୍ରହ୍ଲାଦ ସ୍ୱାଇଁ ଓ ଶିଶିର ନାୟକଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ୭ଜଣ ବିଜେଡି କର୍ମୀ ଆକ୍ରମଣ କରିବା ସହ ବାଇକକୁ ଭଙ୍ଗାରୁଜା କରିଥିବା ଅଭିଯୋଗ ।

ସେହିପରି ଆଠଗଡରେ ମଧ୍ୟ ରାଜନୈିକ ହିଂସା ଦେଖିବାକୁ ମିଳିଛି । ଆଠଗଡର ବିଜେପି ନଗର ସଭାପତି ମନୋରଞ୍ଜନ ପଣ୍ଡାଙ୍କୁ ଆକ୍ରମଣ ହୋଇଛି । ମନୋରଞ୍ଜନଙ୍କୁ ମେଡିକାଲରେ ଭର୍ତି କରାଯାଇଛି ।