ଜୟପୁରରେ ଏନକାଉଣ୍ଟର: ପୁଲିସ ଗୁଳିରେ ଦୁୁର୍ଦ୍ଦାନ୍ତ ଅପରାଧୀ ଏସକେ ଜାଭେଦ ଗୁରୁତର, ବନ୍ଧୁକ,ଗୁଳି,ମୋବାଇଲ ଜବତ

104

କନକ ବ୍ୟୁରୋ: ଜୟପୁରରେ ପୁଲିସ-ଅପରାଧୀ ମଧ୍ୟରେ ଗୁଳିବିନିମୟ । ପାରାଗଡା ନିକଟସ୍ଥ ଇରିଗେସନ କଲୋନୀ କେନାଲ ରୋଡରେ ପୁଲିସ ଉପରକୁ ଦୁବୃର୍ତ୍ତ ଗୁଳିଚାଳନା କରିଥିଲେ । ଏହା ପରେ ପୁଲିସ ପାଲଟା ୩ ରାଉଣ୍ଡ ଗୁଳିମାଡ କରିଥିଲା ।

ପୁଲିସ ଗୁଳିମାଡରେ ଜଣେ ଅପରାଧୀ ଆହତ ହୋଇଥିବା ବେଳେ ଆଉ ୨ ଜଣ ଫେରାର ଅଛନ୍ତି । ଅଟକ ଥିବା ଅପରାଧୀ ହେଲା ଏସ କେ ଜାଭେଦ । ଏସ କେ ଜାଭେଦ ନାଁରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି । ଅପରାଧୀ ନିକଟରୁ ବନ୍ଧୁକ,ଗୁଳି,ମୋବାଇଲ ଜବତ ହୋଇଛି ।

ସୂଚନା ମୁତାବକ, ଜୟପୁର ଜଳସେଚନ କଲୋନି ପଛପଟ କେନାଲ ରୋଡରେ ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ପ୍ରଥମେ ଅପରାଧୀମାନେ ପୁଲିସ ଉପରକୁ ଦୁଇ ରାଉଣ୍ଡ୍ ଗୁଳି ଚଳାଇବାରୁ ପୁଲିସ ପାଲଟା ତିନି ରାଉଣ୍ଡ୍ ଗୁଳି ଚାଳନା କରିଥିଲା। ତେବେ ପୁଲିସ ଗୁଳିମାଡରେ ଜଣେ ଅପରାଧୀ ଆହତ ହୋଇଥିବା ବେଳେ ଆଉ ୨ ଜଣ ଫେରାର ଅଛନ୍ତି । ପୂର୍ବରୁ ନରହତ୍ୟା, ଡକାୟତି ଏବଂ କୋରାପୁଟର ବିଭିନ୍ନ ଅଞ୍ଚଳରୁ ଦାଦା ବଟି ଆଦାୟରେ ସମ୍ପୃକ୍ତ ଜୟପୁରର ପଠାଣସାହି ବାସିନ୍ଦା କୁଖ୍ୟାତ ଅପରାଧୀ ଏସକେ ଜାବେଦକୁ ପୁଲିସ କାବୁ କରିଛି। ଗୁଳି ବିନିମୟସ୍ଥଳରୁ ଜୟପୁର ଟାଉନ୍ ଥାନା ପୁଲିସ ୭ ଏମଏମର ଗୋଟିଏ ଦେଶୀ ପିସ୍ତଲ୍, ଦୁଇଟି ଫୁଟିଥିବା ଗୁଳି ଓ ଗୋଟିଏ ମୋବାଇଲ୍ ଫୋନ୍ ଉଦ୍ଧାର କରିଛି।