ଟ୍ୱିଟରରେ ସାଧାରଣ ଜନତାଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି ! ଆପଣ ବି ପଚାରନ୍ତୁ ପ୍ରଶ୍ନ . . . .

45

ଦିନକୁ ଦିନ ସୋସିଆଲ ମିଡ଼ିଆର ବ୍ୟବହାର ବଢ଼ିବାରେ ଲାଗିଛି । ପିଲାଠାରୁ ବୁଢ଼ାଯାଏ ସମସ୍ତେ ସୋସିଆଲ ମିଡ଼ିଆ ବ୍ୟବହାର କରୁଛନ୍ତି । ସମସ୍ତଙ୍କ ହାତରେ ସ୍ମାର୍ଟାଫୋନ୍, ଲାପଟପ୍, ଟାବଲେଟ୍ , ଆଇପ୍ୟାନ୍ । ଗୋଟିଏ ବି ଦିନ ଏସବୁ ଜିନିଷ ବିନା ଦିନ କଟୁନି । ବଡ଼ ବଡ଼ ନେତା, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅଭିନେତାମାନେ ମଧ୍ୟ ସୋସିଆଲ୍ ମିଡ଼ିଆରେ ସକ୍ରିୟ ଅଛନ୍ତି । କାରଣ ଅଳ୍ପ ସମୟ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ସାହାଯ୍ୟରେ ସବୁ କିଛି ସମ୍ଭବ ହୋଇପାରୁଛି । ସୋସିଆଲ ମିଡ଼ିଆରେ ସବୁଠାରୁ ଚର୍ଚ୍ଚିତ ଚେହେରା ମଧ୍ୟରେ ଜଣେ ବ୍ୟକ୍ତିି ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ମୋଦି ଟ୍ୱିଟର ଜରିଆରେ ଲୋକଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଉଛନ୍ତି । ତେବେ ଏହି ପ୍ରଶ୍ନତ୍ତୋର ସମୟରେ ଲୋକମାନେ ଅନାସ୍ଥା ପ୍ରସ୍ତାବରେ ମିଳିଥିବା ଭୋଟିଂକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଜଣେ ୟୁଜର ପ୍ରଶ୍ନ କରିଥିଲେ, ଅନାସ୍ଥା ପ୍ରସ୍ତାବ ସମୟରେ ସଂସଦରେ ଚାଲୁଥିବା ମାରାଥନ୍ ତର୍କ ସମୟରେ ହେଉ କି ୟୁପି ସାହରଙ୍ଗପୁରରେ ରାଲି ସମୟରେ ଏତେ ସମୟ ଧରି ଆପଣ କିପରି ଭାଷଣ ଦେଇପାରୁଛନ୍ତି । ୬୦-୭୦ ବର୍ଷରେ ମଧ୍ୟ ଆପଣ ଏତେ ଶକ୍ତ ତଥା ସକ୍ରିୟ କପରି ଅଛିନ୍ତି । ଏହି ପ୍ରଶ୍ନର ଉତ୍ତରରେ ମୋଦି କହିଥିଲେ ୧୨୫ କୋଟି ଲୋକଙ୍କ ଆର୍ଶିବାଦ ମୋ ଉପରେ ଅଛି । ତେଣୁ ଏସବୁ ସମ୍ଭବ ହୋଇପାରୁଛି । ଏହାସହ ମୋଦି କହିଥିଲେ ତାଙ୍କର ସମସ୍ତ ସମୟ ଦେଶ ଓ ଲୋକଙ୍କ ସବା ପାଇଁ । ଆଉ ଜଣେ ୟୁଜର ପ୍ରଶ୍ନ ମୋଦିଙ୍କୁ ଅଧିକ ହସିବା ପାଇଁ ପରାମର୍ଶ ଦେଇଥିଲେ । ତେବେ ୟଜୁରଙ୍କ ପରାମର୍ଶର ଉତ୍ତରରେ ମୋଦି ସ୍ମାଇଲି ସହ ପଏଣ୍ଟ ଟେକନେ ବୋଲି ଲଖିଥିଲେ ।

ଏହାସହ ଆଉ ଜଣେ ୟୁଜର ଅନାସ୍ତା ପ୍ରସ୍ତାବ ସମୟରେ ତାଙ୍କର ଭାଷଣର ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଥିଲେ । ଏପରି ଅନେକ ଅନେକ ଟ୍ୱିଟର ୟୁଜରଙ୍କ ସହ କଥାବାର୍ତ୍ତା ହୋଇଥିଲେ ମୋଦି । ସୂଚନାଯୋଗ୍ୟ ମୋଦି ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ଓ ଇସ୍ରାଏଲୀ ଧର୍ମଗୁରୁ ପୋପ୍ ଫ୍ରାନସିସଙ୍କ ପରେ ଟ୍ୱିଟରରେ ତୃତୀୟରେ ଅଧିକ ଲୋକପ୍ରିୟ ବ୍ୟକ୍ତି ଅଟନ୍ତି ।