ଜୟ ଜଗନ୍ନାଥରୁ ଆରମ୍ଭ … ପରିବର୍ତ୍ତନର ଆହ୍ୱାନରେ ଶେଷ । ମୋଦିଙ୍କ ୩୪ ମିନିଟ୍ ଭାଷଣରେ ସ୍ୱପ୍ନ ଅଧିକ, ସମାଲୋଚନା କମ୍ ।

652

କନକ ବ୍ୟୁରୋ : ଜୟ ଜଗନ୍ନାଥ.. କହି ଖୋର୍ଦ୍ଧା ଗୋଶାଳା ପଡିଆରୁ ନିଜର ଅଭିଭାଷଣ ଆରମ୍ଭ କରିଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଏଥିସହିତ ହିଁ ଓଡିଆରେ ଓଡିଶାବାସୀଙ୍କୁ ନମସ୍କାର ଜଣାଇଛନ୍ତି ମୋଦି । ମୋଦି କହିଛନ୍ତି କି ଗୋଟିଏ ବର୍ଷରେ ତିନି ତିନି ଥର ଓଡିଶା ଆସି ମୁଁ ନିଜକୁ ସୌଭାଗ୍ୟ ମନେକରୁଛି । ଏଥି ସହିତ ହିଁ ଓଡିଶାର ବୀର ପୁରୁଷଙ୍କୁ ମୋଦି ନତମସ୍ତକ ହୋଇ ସମ୍ମାନ ଜଣାଇଛନ୍ତି  ମୋଦି । ତେବେ ବେଶ୍ କିଛି ସମୟ ଓଡିଶାର ଗୁଣ ଗାରିମା ବଖାଣିବା ପରେ ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରଧାମନ୍ତ୍ରୀ ମୋଦି ।

ମୋଦି କହିଛନ୍ତି କି, କେନ୍ଦ୍ର ସରକାର ସବୁବେଳେ ଲୋକଙ୍କର ସୁଖ ସବୁିଧା ପାଇଁ ପ୍ରୟାସରତ । ଏଥିପାଇଁ ଜନତାଙ୍କ ପାଇଁ ଅନେକ ଜନହିତକର ଯୋଜନାମାନ କାର୍ଯ୍ୟକାରୀ କରାଯାଇଛି ।  ଗରିବ ଲୋକଙ୍କ ପାଇଁ କେନ୍ଦ୍ର ସରକାଙ୍କ ପକ୍ଷରୁ ଆୟୁଷ୍ମାନ ଯୋଜନା ଆରମ୍ଭ ହୋଇଛି । ଯେଉଁଥିରେ ୫କୋଟି ଗରିବ ପରିବାରଙ୍କୁ ମାଗଣା ଚିକିତ୍ସା ଭଳି ସୁବିଧା ମିଳିପାରିବ ଆଉ ଆମର ଏହି ଯୋଜନା ସଫଳ ବି ହୋଇଛି । ମାତ୍ର ୧୦୦ ଦିନ ଭିତରେ ଏହି ଯୋଜନାର କୋଟି କୋଟି ଲୋକଙ୍କୁ ଫାଇଦା ମିଳିଲାନି । ହେଲେ ମୋତେ ବଡ ଦୁଃଖର ସହ କହିବାକୁ ପଡୁଛି କି ଏହି ଯୋଜନାରେ ଗୋଟିଏ ବି ଓଡିଶାର ଲୋକ ନାହାନ୍ତି । ଯଦି ଓଡିଶା ସରକାର ଚାହିଁଥାନ୍ତେ ତେବେ ଆପଣ ମାନଙ୍କୁ ଏହି ଯୋଜନାର ଲାଭ ଉଠାଇବାର ସୁଯୋଗ ମିଳିପାରିଥାନ୍ତା । ହେଲେ ସେ ଚାହୁଁନାହାଁନ୍ତି । ଓଡିଶା ସରକାର ନିଜ ସ୍ୱାର୍ଥ ପାଇଁ ଆପଣମାନଙ୍କର ଜୀବନକୁ ବାଜିରେ ଲଗାଇଦେଇଛନ୍ତି । ଏବେ ଆପଣ ବୁଝି ପାରୁଥିବେ ନିଶ୍ଚୟ ଓଡିଶା ସରକାର କାହା ସ୍ୱାର୍ଥରେ ଅଛନ୍ତି ବୋଲି କହିଛନ୍ତି ମୋଦି ।

ମୋଦି ଆହୁରୀ ମଧ୍ୟ କହିଛନ୍ତି କି,ଯେଉଁଠି ସ୍ୱଚ୍ଛତା ଦିଗରେ ସବୁ ରାଜ୍ୟ ଆଗେଇ ଚାଲିଛି ସେଇଠି ଓଡିଶା ଭଳି ରାଜ୍ୟ ବହୁ ପଛରେ ରହିଯାଇଛି । ଏବେବି ଓଡିଶାରେ ଲୋକେ ଦିନକୁ ଦୁଇ ଓଳା ଖାଇବାକୁ ପାଉନାହଁନ୍ତି । ଏବେବି ଓଡିଶାର ଶିଶୁ କୁପୋଷଣର ଶିକାର ହୋଇ ପ୍ରାଣ ହରାଉଛି  । ଓଡିଶାର ଶିକ୍ଷକମାନେ ନିଜର ପାଉଣା ପାଇଁ ରାଜରାସ୍ତାରେ ମାସ ମାସ ଧରି ରାତି କାଟୁଛନ୍ତି । ଚାଷୀଙ୍କୁ ନିଜର ସଠିକ୍ ପାଉଣା ମିଳିପାରୁନାହିଁ , ଯେଉଁଥି ପାଇଁ ପଡୋଶି ରାଜ୍ୟକୁ ନିଜ ଅମଳ ଫସଲକୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଚିଟଫଣ୍ଡରୁ ଆରମ୍ଭ କରି ପିସି କାରବାର ପର୍ଯ୍ୟନ୍ତ ଅନେକ ଭ୍ରଷ୍ଟାଚାରରେ ଏବେ ବୁଡି ରହିଛି ଓଡିଶଆ  । ହେଲେ ତଥାପି ଓଡିଶା ସରକାରଙ୍କର ଚେତୁ ନାହାଁନ୍ତି । ବିକାଶ ପଥରେ ବାଧକ ସାଜୁଛନ୍ତି ଖୋଦ୍ ଓଡିଶା ସରକାର ବୋଲି ଜନସଭାରେ ନବୀନଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।