ଉରି ଆକ୍ରମଣ ପରେ ପାକିସ୍ତାନ ଉପରେ ବଢୁଛି ଚାପ : ଏମଏଫଏନ ଟ୍ୟାଗ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

29

କନକ ବ୍ୟୁରୋ : ଦୀର୍ଘ ୨୦ ବର୍ଷ ପରେ ପାକିସ୍ତାନକୁ ଦିଆଯାଇଥିବା ଏମଏଫଏନ ଟ୍ୟାଗ ଉପରେ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ୧୮ ତାରିଖରେ କାଶ୍ମୀର ଉରିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଏଭଳି ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ବାଣିଜ୍ୟ, ଶିଳ୍ପ ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଉଚ୍ଚ ଅଧିକାରୀଙ୍କ ସହ ଏହି ବୈଠକ କରିବେ ମୋଦି ।

ଏଥିରେ ପାକିସ୍ତାନ ସହ ହେଉଥିବା ଦ୍ୱିପାକ୍ଷିକ ବାଣିଜ୍ୟ ସଂପର୍କର ସମୀକ୍ଷା ହେବ । ସୋମବାର ଦିନ ଦୁଇ ଦେଶ ମଧ୍ୟରେ ହୋଇଥିବା ସିନ୍ଧୁ ଚୁକ୍ତିର ସମୀକ୍ଷା କରିବା ସହ ଏମଏଫଏନ ଟ୍ୟାଗର ସମୀକ୍ଷା ପ୍ରସଙ୍ଗ ଆସିଥିଲା ।