ଫ୍ରାନ୍ସ ଗସ୍ତ ସାରି ୟୁଏଇରେ ମୋଦି ! ଭାରତରେ ୫ ଟ୍ରିଲିୟନ ଡଲାର ଅର୍ଥନୀତି ନିବେଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ ୟୁଏଇ

245

କନକ ବ୍ୟୁରୋ : ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତି କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ ୟୁଏଇ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇକୁ ଗସ୍ତ ଅବସରରେ ଏହା କହିଛନ୍ତି । ଫ୍ରାନ୍ସ ଗସ୍ତ ସାରି ମୋଦି ୟୁଏଇରେ ପହଂଚିଛନ୍ତି । ସେଠାକାର ଏମିରେଟ୍ସ ନ୍ୟୁଜ୍ ଏଜେନ୍ସିକୁ ସାକ୍ଷାତକାର ଦେଇ ମୋଦି କହିଛନ୍ତି ଯେ, ଭାରତ ୫ ଟ୍ରିଲିୟନ ଡଲାର ଅର୍ଥନୀତି ନେଇ ଯେଉଁ ଲକ୍ଷ୍ୟ ରଖିଛି, ଏଥିପାଇଁ ବିପୁଳ ପରିମାଣର ନିବେଶ ଆବଶ୍ୟକ ।

ଆଗାମୀ ପାଂଚ ବର୍ଷରେ ଭାରତ ସରକାର ପ୍ରାୟ ୧ ଦଶମିକ ୭ ଟ୍ରିଲିୟମ ଡଲାର ନିବେଶ ପାଇଁ ଲକ୍ଷ୍ୟ ରଖିଛନ୍ତି । ଏହି ବିପୁଳ ପରିମାଣର ନିବେଶ ଉଭୟ ଦେଶ ଓ ବିଦେଶରୁ ଯୋଗାଡ଼ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ମୋଦି କହିଛନ୍ତି । ୟୁଏଇ ଏହି ନିବେଶ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗହଣ କରିପାରେ । ଭାରତ ଓ ୟୁଏଇ ସମ୍ପର୍କ ଏବେ ଖୁବ୍ ଭଲ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଗସ୍ତ ସମୟରେ ମୋଦି ୟୁଏଇର ରାଷ୍ଟମୁଖ୍ୟ ସହ ସେଠାରେ ଥିବା ଭାରତୀୟ ସମୁଦାୟଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।