୨୦୨୨ ସୁଦ୍ଧା ଦେଶର ସମସ୍ତ ନାଗରିକ ନିଜ ଘରେ ରହିବେ, ଏହା ମୋର ଲକ୍ଷ୍ୟ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

56

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟ ଗସ୍ତ ସମୟରେ ସେଠାକାର ଲୋକମାନଙ୍କୁ ସମ୍ବୋଧନ କରିଥିଲେ । ତେବେ ସେଠାରେ ଅନେକ ବିଜେପି ନେତାଙ୍କ ସହ ଅନେକ ସାଧାରଣ ଲୋକ ଉପସ୍ଥିତ ଥିଲେ । ତେବେ ସେହି ଗସ୍ତକୁ ଗୁଜୁରାଟରେ ଗୈାରବ ଯାତ୍ରା କୁହାଯାଇଛି । ତେବେ ଆସନ୍ତା ୨୦୨୨ ମସିହାରେ ଭାରତ ତାହାର ୭୫ତମ ସ୍ୱାଧୀନତା ଦିବସ ପାଳନ କରିବ। ଏହି ସମୟରେ ପ୍ରତ୍ୟେକ ପରିବାର ପାଖରେ ଘର ହେବା ଦରକାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ସଭାରେ କହିଛନ୍ତି । ତେବେ ଏହି ଉଚ୍ଚକୋଟୀର ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନ ଅନ୍ତର୍ଗତ ନିର୍ମାଣ ହେବ । କାହାରିକୁ ଏଥି ପାଇଁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଗୁଜୁରାଟର ଭଲସାଡ଼ ଅଞ୍ଚଳର ଜୁଜବା ଗ୍ରାମରେ ସରକାରୀ ଯୋଜନାର ହିତାଧିକାରୀଙ୍କ ପାଇଁ ଅନୁଷ୍ଠିତ ସଭାକୁ ସମ୍ବୋଧନ କରିବା ଅବସରରେ ମୋଦି ଏହା କହିଛନ୍ତି ।

 

ଏହାସହ ମୋଦି କହିଛନ୍ତି, ଗୁଜୁରାଟ ମୋତେ ବହୁତ କିଛି ଶିଖାଇଛି । ମୋର ସ୍ୱପ୍ନ ହେଲା ଯେ, ଦେଶ ଯେତେବେଳେ ନିଜର ୭୫ ତମ ସ୍ୱାଧୀନତା ଦିବସ ପାଳନ କରିବ, ସେହି ସମୟରେ କୌଣସି ଏମିତି ପରିବାର ନ ହେବା ଦରକାର, ଯାହାଙ୍କ ପାଖରେ ନିଜସ୍ୱ ଘର ନଥିବ। ବର୍ତ୍ତମାନ ସମୟରେ ଭାରତରେ ଅନେକ ଲୋକମାନେ ନିଜସ୍ୱ ଘର ନିର୍ମାଣ କରିବାରେ ସଫଳ ହୋଇଛନ୍ତି । ତେବେ ଆଗାମୀ ୭୫ତମ ସ୍ୱାଧୀନତା ଦିବସ ପାଳନ କରିବା ପୂର୍ବରୁ ଦେଶର ସମସ୍ତ ନାଗରିକଙ୍କ ପାଖରେ ନିଜର ବାସଗୃହ ରହିବା ଆବଶ୍ୟକ ବୋଲି ମୋଦି କହିଛନ୍ତି ।

 

 

ତେବେ ମୋଦି କହିଛନ୍ତି ଯେ, ଆପଣଙ୍କୁ ଯେଉଁ ଘର ମିଳିଛି ତାହା ସମ୍ପୂର୍ଣ୍ଣ ଭାବରେ ନିୟମ ଅନୁସାରେ ମିଳିଛି । ତେବେ ଆଗକୁ ଯେଉଁ ଘର ଆପଣମାନଙ୍କୁ ମିଳିବ ସେଥିପାଇଂ ଏକ ଟଙ୍କା ଲାଞ୍ଚ ଦେବାକୁ ପଡ଼ି ନାହିଁ। ମୋଦି କହିଛନ୍ତି ସରକାର ଯଦିଓ ଟଙ୍କା ଦେଇଛନ୍ତି, ତଥାପି ପରିବାର ଲୋକେ ଝାଳ ବୁହାଇ ଘର ନିର୍ମାଣ କରିଛନ୍ତି। ପରିବାର ଲୋକେ ନିର୍ଦ୍ଧାରଣ କରିଛନ୍ତି ଯେ, ଘର କେମିତି ନିର୍ମାଣ ହେବ। ଘର ନିର୍ମାଣରେ କେଉଁ ଜିନିଷ କେତେ ଆସିବ। ଆମେ ଠିକାଦାର ଉପରେ ଭରସା କରିପାରିବା ନାହିଁ କିନ୍ତୁ ପରିବାରକୁ ଭରସା କରିପାରିବା ବୋଲି ମୋଦି କହିଛନ୍ତି। ତେବେ ମୋଦି ସରକାର ଲୋକମାନଙ୍କ ପାଇଂ ସବୁବେଳେ ଚିନ୍ତା କରୁଛନ୍ତି ଯେ ଲୋକମାନେ କିପରି ଭାବରେ ଭଲରେ ରହିବେ ତେଣୁ ସେମାନଙ୍କ ପାଇଂ ସରକାର ଅନେକ ଯୋଜନା କରୁଛନ୍ତି । ତେବେ ଲୋକମାନଙ୍କ ପାଖରେ ପ୍ରକୃତରେ ଯୋଜନା ପହଞ୍ଚୁଛି କି ନାହିଁ ତାହା ମଧ୍ୟ ଜାଣିବାରେ ଆବଶ୍ୟକତା ରହିଛି ବୋଲି ମୋଦି ନିଜର ଭାଷଣରେ କହିଥିଲେ । ମୋଦିଙ୍କ ସଭାରେ ଅନେକ ଲୋକମାନେ ଭିଡ ଜମାଇବା ସହ ରାଜ୍ୟ ବିଜେପିର ତୁଙ୍ଗ ନେତାମାନେ ସଭାରେ ଉପସ୍ଥିତ ରହିଥିଲେ ।