ଭୟଙ୍କର ବନ୍ୟା ପାଇଁ ତାମିଲନାଡୁୁକୁ ଦାୟୀ କଲା କେରଳ : ରାଜ୍ୟ ସରକାର କହିଲେ, ମୁଲ୍ଲାପେରିୟାର ଡ୍ୟାମରୁ ଅଚାନକ ପାଣି ଛାଡିବାରୁ ଆସିଲା ବନ୍ୟା

28

କନକ ବ୍ୟୁରୋ : କେରଳ ଭୟଙ୍କର ବନ୍ୟା ପାଇଁ ତାମିଲନାଡୁକୁ ଦାୟୀ କଲା କେରଳ ସରକାର । କେରଳ ସରକାର ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ କହିଛନ୍ତି ଯେ ତାମିଲନାଡୁ ସରକାରଙ୍କ ଦାୟିତ୍ୱହୀନ କାର୍ଯ୍ୟ ହିଁ କେରଳ ବନ୍ୟାର ମୁଖ୍ୟ କାରଣ । ତାମିଲନାଡୁ ସରକାର କହିଛନ୍ତି, ମୁଲ୍ଲାପେରିୟାର ଜଳଭଣ୍ଡାରୁ ଅଚାନକ ପାଣି ଛାଡିବାରୁ କେରଳରେ ବନ୍ୟା ଆସିଥିଲା । କେରଳ ସରକାର ସୁପ୍ରିମକୋର୍ଟରେ କହିଛନ୍ତି, ମୁଲ୍ଲାପେରିୟାର ଡ୍ୟାମରେ ଜଳ ସ୍ତର ବଢ଼ିଯିବା ପରେ ଅଚାନକ ପାଣି ଛଡ଼ାଯାଇଥିବାରୁ ବନ୍ୟା ଆସିଥିଲା । ତାମିଲନାଡୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା ଯେ ୧୩୯ ଫୁଟ ପର୍ଯ୍ୟନ୍ତ ପାଣି ଧିରେ ଧିରେ ଛଡ଼ା ଯାଉ କିନ୍ତୁ ଅନୁରୋଧ ରକ୍ଷା ନ କରି ତାମିଲନାଡୁ ।

ପୂର୍ବରୁ ବନ୍ୟା ଜଳ ଛାଡିବା ପାଇଁ କେରଳ ସରକାରଙ୍କ ଅନୁରୋଧକୁ ଗ୍ରହଣ କରାଯାଇ ନଥିଲା ଏବଂ ଜଳପତନ ବଢ଼ିଯିବା ଅଚାନକ ତାହାକୁ ଖଲାସ କରାଯାଇଥିଲା । ପୁଣି ମୁଲ୍ଲାପେରିୟାର ଡ୍ୟାମରୁ ପାଣି ଛଡ଼ାଯିବାରୁ କେରଳ ସରକାରଙ୍କୁ ଇଡୁକି ଜଳାଶୟରୁ ଅଧିକ ପାଣି ଛାଡ଼ିବାକୁ ପଡ଼ିଥିଲା, ଯାହା ଥିଲା ବନ୍ୟାର ଅନ୍ୟତମ କାରଣ । ଏହି ଡ୍ୟାମ କେରଳ ଓ ତାମିଲନାଡୁ ସୀମାରେ ରହିଛି ଏବଂ ଏହା ସମ୍ପୂର୍ଣ୍ଣ ଭାବେ ତାମିଲନାଡୁ ସରକାରଙ୍କ ନିୟନ୍ତ୍ରଣରେ ରହିଛି । ଅନ୍ୟପଟେ କେରଳ ବନ୍ୟା ସମ୍ପୂର୍ଣ୍ଣ ମନୁଷ୍ୟକୃତ୍ୟ ବୋଲି ବିଜେପି ଓ ଅନ୍ୟ ବିରୋଧୀ ଦଳ କହିଛନ୍ତି । କେରଳର ଜଳଭଣ୍ଡାରରୁ ଏକାଥରକେ ପାଣି ଛଡାଯିବାରୁ ଅଣାୟତ ସ୍ଥିତି ଉପୁଜିଥିଲା ବୋଲି ବିରୋଧୀ ଦଳ ନେତା କହିଛନ୍ତି । କେରଳର ବନ୍ୟାରେ ୩୭୩ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ହଜାର କୋଟିରୁ ଉର୍ଦ୍ଧ ଟଙ୍କାର ସମ୍ପତି ନଷ୍ଟ ହୋଇଛି ।