ଡ୍ରୋନ କ୍ୟାମେରାରୁ ଡ୍ୟାସ ବୋର୍ଡ଼ ପର୍ଯ୍ୟନ୍ତ . . . . ମୋଦି ଏପରି ହୋଇଛନ୍ତି ସରକାରଙ୍କ ‘ବିଗବସ୍’

36

ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ତାଙ୍କ ଶାସନ କାଳରେ ଥରେ କହିଥିଲେ, ସେ କେନ୍ଦ୍ରରୁ ଏକ ଟଙ୍କା ପଠାଉଛନ୍ତି, କିନ୍ତୁ ଜନତାଙ୍କ ପାଖରେ ପହଞ୍ଚୁଛି ମାତ୍ର ୧୫ ପଇସା । ନିଜର ପୂର୍ବ ପ୍ରଧାନମନ୍ତ୍ରୀଙ୍କ ଏହି କଥାରୁୁ କଂଗ୍ରେସ କ’ଣ ଶିଖିଲା, ଏହା ସେମାନେ ଜାଣନ୍ତି କିନ୍ତୁ ଲାଗୁଛି ପ୍ରଧାନମନ୍ତ୍ରୀ ମୋଦିି ରାଜୀବ ଗାନ୍ଧୀଙ୍କ କଥାକୁ ଧ୍ୟାନରେ ରଖି ନିଜର ସମସ୍ତ ଯୋଜନାର ଆକ୍ସନ ପ୍ଲାନ ପ୍ରସ୍ତୁତ କରନ୍ତି । ପ୍ରତ୍ୟେକ ସରକାରୀ ଯୋଜନା ଉପରେ ସେ ନଜର ରଖୁଛନ୍ତି । ଆଧୁନିକ ଜ୍ଞାନକୌଶଳ ଅନୁସାରେ ଏପରି ବ୍ୟବସ୍ଥା ତିଆରି କରିବା ପାଇଁ ଚେଷ୍ଟା କରନ୍ତି ଯଦ୍ୱାରା ଦିଲ୍ଲୀରୁ ପଠାଯାଇଥବା ଟଙ୍କା ଦଲାଲ ଓ ଲାଂଚଖୋରେଙ୍କ ପକେଟକୁ ନଯାଏ ।

ମୋଦି ସରକାର ଡ଼ିଜିଟାଲ ଇଣ୍ଡିଆର ପାଟର୍ନ ଉପରେ କାମ କରୁଛନ୍ତି । ଯେଉଁଁଠି ସମସ୍ତ କାମକୁ ନଜରରେ ରଖିବା ପାଇଁ ଡ୍ରୋନ କ୍ୟାମେରା ମଧ୍ୟ ଲଗାଯାଇଛି । ନୀତି ଆୟୋଗର ବିଗ ଡାଟା ଆନାଲିସିସ୍ ଜରିଆରେ ୧୫ ଟି ମନ୍ତ୍ରାଳୟ ସମସ୍ତ କାର୍ଯ୍ୟ ଉପରେ ନଜର ରଖୁଛି । ଏଥିପାଇଁ ନୀତି ଆୟୋଗ ଦୁଇ ଜଣ ବିଶେଷଜ୍ଞଙ୍କୁ ନିଯୁକ୍ତି ମଧ୍ୟ ଦେଇଛନ୍ତି ।

ବିଗ ଡାଟା ଆନାଲିସିସ୍ ଅନୁସାରେ ୧୫ ଟି ମନ୍ତ୍ରାଳୟରେ ୪ ଡର୍ଜନ ଡ୍ୟାସବୋର୍ଡ଼ ଲଗାଯାଇଛି । ଆବାସ, ଶକ୍ତିି, କୋଇଲା, ରେଲୱେ, ଅକ୍ଷୟ ଶକ୍ତି , ଗ୍ରାମୀଣ ସଡ଼କ ଓ ରାଜମାର୍ଗ ମନ୍ତ୍ରାଳୟର କାମ ଏହି ପ୍ରକିୟା ଅନୁସାରେ ଚାଲୁଛି । ଡ୍ୟାସବୋର୍ଡ଼ ଜରିଆରେ କେନ୍ଦ୍ର ସରକାର ସମସ୍ତ କାର୍ଯ୍ୟକ୍ରମ ଉପରେ ନଜର ରଖିଛନ୍ତି । ଯାହାଦ୍ୱାରା ଟଙ୍କାର ହେରାଫେରି, ଦସ୍ତାବିଜରେ ଗଡ଼଼ବଡ ପରି ସମସ୍ୟା କିଛି ପର୍ଯ୍ୟନ୍ତ ସମାଧାନ ହୋଇଛି ।

ଗ୍ରାମୀଣ ବିକାଶ ମନ୍ତ୍ରାଳୟର ଡ୍ୟାସବୋର୍ଡରେ ଉପଭୋକ୍ତାଙ୍କ ଚୟନ ଠାରୁ ଆରମ୍ଭ କରି ନିର୍ମାଣ ପର୍ଯ୍ୟନ୍ତ ପୁରା ଡାଟା ଫଟୋରେ ଉପଲବ୍ଧ ରହିଛି । ଆବାସ ଯୋଜନାର ଲାଭ କେବଳ ଅଭାବୀ ଲୋକଙ୍କୁ ଉଠାଇ ପାରନ୍ତୁ ଏହାର ପୁରା ନକ୍ସା ପ୍ରସ୍ତୁତ ହୋଇଛି । ଉଜ୍ଜଳା ଯୋଜନା ଅନୁସାରେ କେଉଁ କେଉଁ ଉପଭୋକ୍ତାଙ୍କୁ ଗ୍ୟାସ ଚୁଲା ସହ ଏଲପିଜି ସିଲିଣ୍ଡର ମିଳିଛ ଏହାର ମଧ୍ୟ ସମସ୍ତ ଫଟୋ ସହ ତଥ୍ୟ ମହଜୁଦ ରହିଛି ।

ମନରେଗାକୁ ନଜରରେ ରଖିବା ପାଇଁ କେଉଁ କାମ ଚାଲୁଛି, ସମସ୍ତ ଜିନିଷର ବିସ୍ତୃତ ବିବରଣୀ ଫଟୋ ସହ ଡ୍ୟାସବୋର୍ଡ଼ରେ ମହଜୁଦ ରହିଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମନ୍ତ୍ରାଳୟର ଅନୁସାରେ ପ୍ରତିଦିନ କେତେ କିଲୋମିଟର ସଡ଼କ ତିଆରି ହୋଇଛି ତାହା ଡ୍ୟାସବୋର୍ଡ଼ରେ ଫଟୋ ସହ ତଥ୍ୟ ମହଜୁଦ ରହିଛି । ସେହିପରି ବିଜୁଳି ବିଭାଗ ଓ କୋଇଲା ଖନନର ପ୍ରକିୟା ଉପରେ ନଜର ରଖିବା ପାଇଁ ଡ୍ରୋନ କ୍ୟାମେରା ବ୍ୟବହାର ହେଉଛି ।

ଏଥିରୁ ସ୍ପଷ୍ଟ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଧୁନିକ ଜ୍ଞାନକୌଶଳ ଦ୍ୱାରା କିପରି ନୁରା ଦେଶ ଉଫରେ ନଜର ରଖିଛନ୍ତି । ଆସନ୍ତା ଦିନରେ ଏହାର ବ୍ୟବହାର ଆହୁରି ବଢ଼ିବ, ଯାହା ଦ୍ୱାରା କେବଳ ଭ୍ରଷ୍ଟାଚାର କମ୍ ହେବ ତା’ ନୁହଁ , କେନ୍ଦ୍ର ସରକାର ପର୍ଯ୍ୟନ୍ତ ପ୍ରତ୍ୟେକ ସାଦାରଣ ଲୋକ ସିଧା ସିଧା ସମ୍ପର୍କ କରିପାରିବେ ।