ସେଶେଲ୍ସର ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର ଦେବାବେଳେ ଟଳି ପଡିଲେ ଯବାନ : ପାଖକୁ ଯାଇ ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ମୋଦି

37

କନକ ବ୍ୟୁରୋ: ସେଶେଲ୍ସର ରାଷ୍ଟ୍ରପତି ତାଙ୍କର ପ୍ରଥମ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀ ରେ ପହଞ୍ଚିଛନ୍ତି । ସେମାବାର ତାଙ୍କୁ ରାଷ୍ଟ୍ରପତି ଭବନରେ ଭାରତୀୟ ସେନା ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଛି । ଠିକ ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ଯବାନ ସେଠାରେ ତଳେ ପଡିଯାଇଥିଲେ । ଏହି ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଉପସ୍ଥିତ ଥିଲେ ।

ପରେ ସେଠାରେ ହେବାକୁ ଥିବା କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯବାନଙ୍କ ପାଖକୁ ଯିବା ସହ ତାଙ୍କର ସ୍ୱାସ୍ଥ୍ୟ କଥା ପଚାରି ବୁଝୁଥିବାର ଦେଖାଯାଇଛି । ପରେ ସେ ଯବାନଙ୍କ ପାଖକୁ ଯାଇ କହିଥିଲେ ଯେ, “ନିଜର ସ୍ୱାସ୍ଥ୍ୟର ଯତ୍ନ ନିଅ । ଭାରତ ମାତା ଲାଗି ଯେଉଁ ଭାବନା ନେଇ ତମେ ସେନାରେ ଯୋଗ ଦେଇଛ ତାହାର ଭାର ତମ ଉପରେ ନିର୍ଭର କରେ । ତେଣୁ ଆପଣ ମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାର ଆବଶ୍ୟକତା ରହିଛି’’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା ପରେ ସେଠାରୁ ମୋଦି ନିଜ ବାସଭବନ ଅଭିମୁଖେ ଯାଇଥିବା ସୂଚନା ମିଳିଛି ।

ଏହି ଗସ୍ତ ସମୟରେ ସେଶେଲ୍ସର ରାଷ୍ଟ୍ରପତିଙ୍କ ସହ ମୋଦି ୬ଟି ଚୁକ୍ତି ସ୍ୱାକ୍ଷର କରିଥିବା ଜଣାପଡିଛି । ଏହି ଆଲୋଚନାରେ ଉଭୟ ଦେଶ ସାମୁଦ୍ରିକ ସୁରକ୍ଷାକୁ ଗୁରୁତ୍ୱ ଦେଇଥିବା ଜଣାପଡିଛି । ସେଶେଲ୍ସର ସାମୁଦ୍ରିକ ସୁରକ୍ଷା ଲାଗି ଭାରତ ୧୦ ହଜାର କୋଟିର ଋଣ ମଧ୍ୟ ଯୋଗାଇ ଦେବ ବୋଲି ମୋଦି ଘୋଷଣା କରିଛନ୍ତି ।