ଆଜିଠୁ ଯୁକ୍ତ ୨ ନାମଲେଖା ଆରମ୍ଭ !

33

କନକ ବ୍ୟୁରୋ : ଆଜିଠୁ ଯୁକ୍ତ ୨ ନାମଲେଖା ଆରମ୍ଭ । ଯୁକ୍ତ୨ ସରକାରୀ, ବେସରକାରୀ, ସେଲ୍ଫ ଫାଇନାନ୍ସିଂ, ଧନ୍ଦାମୂଳକ ଶିକ୍ଷା ଏବଂ ସଂସ୍କୃତ(ଉପଶାସ୍ତ୍ରୀ) କଲେଜରେ ଶୁକ୍ରବାର ଠାରୁ ନାମଲେଖା ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ମାନେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସେମାନଙ୍କୁ ମିଳିଥିବା କଲେଜରେ ନାମ ଲେଖାଇ ପାରିବେ । ପୂର୍ବାହ୍ନ ୧୧ଟାରୁ କଲେଜ ଗୁଡ଼ିକରେ ନାମଲେଖା ଆରମ୍ଭ ହେବ ।