ଅଧା ଆକାଶରେ ସରିଲା ଇନ୍ଧନ : କଲମ୍ବିଆରେ ବ୍ରାଜିଲ ଫୁଟବଲ ଖେଳାଳିଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ

35

କନକ ବ୍ୟୁରୋ : କଲମ୍ବିଆରେ ବିମାନ ଦୁର୍ଘଟଣା । ବିମାନରେ ୮୧ଜଣ ଯାତ୍ରୀଙ୍କ ସମେତ ୯ଜଣ କ୍ରୀଉ ମେମ୍ବର ଥିଲେ । ଏହି ବିମାନ ବ୍ରାଜିଲ ବଲଭିଆରୁ କଲମ୍ବିଆର ମେଡଲିନ ଅଭିମୁଖେ ଯାଉଥିବାବେଳେ ଦୁର୍ଘଟଣଗ୍ରସ୍ତ ହୋଇଛି । ତେବେ ଏହି ବିମାନ ଦୁର୍ଘଟଣାରେ ଅନେକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ ବିମାନରେ ଇନ୍ଧନ ସରିଯିବାରୁ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାଗ୍ରସ୍ତ ବିମାନରେ ବ୍ରାଜିଲ ଚାପାକୋଏନ୍ସର ଫୁଟବଲ ଖେଳାଳି ଯାତ୍ରା କରୁଥିଲେ । ବୁଧବାର ଦିନ ମେଡଲିନରେ ହେବାକୁ ଥିବା କୋପା-ସୁଦା ମେରିକା ଫାଇନାଲ ମ୍ୟାଚରେ ଖେଳିବା ପାଇଁ ବାହାରିଥିଲେ ଖେଳାଳି ।