ବର୍ଦ୍ଧିତ ଫିକୁ ବିରୋଧ କରି ପିପିଲି ଟୋଲଗେଟରେ ହଙ୍ଗାମା : ପୁଲିସର ହସ୍ତକ୍ଷେପ ପରେ ସ୍ୱାଭାବିକ ହେଲା ସ୍ଥିତି

52

ପିପିଲି : ପିପିଲି ଟୋଲ ଗେଟରେ ବର୍ଦ୍ଧିତ ଫି ଆଦାୟ କରାଯିବା ଅଭିଯୋଗ ହୋଇଛି । ଫଳରେ ଭୁବନେଶ୍ୱର-ପୁରୀ ରୁଟରେ ବସ ଚଳାଚଳ ବନ୍ଦ କରାଯାଇଥିଲା । । ପୁଲିସର ହସ୍ତକ୍ଷେପ ପରେ ବସ ଚଳାଚଳ ଏବେ ସ୍ୱାଭାବିକ ହୋଇଛି । ଜୁନ ୧ରୁ ବର୍ଦ୍ଧିତ ଫି ଆଦାୟ କରାଯିବା ପାଇଁ ଜାତୀୟ ରାଜପଥ କର୍ତୃପକ୍ଷ ନିର୍ଦେଶନାମା ଜାରି କରିବା ପରେ ମାଲିକ ସଂଘ ଏହାକୁ ତୀବ୍ର ବିରୋଧ କରିଥିଲା । ଏପରିକି ଜୁନ ପହିଲାରୁ ଟୋଲ ଗେଟ୍ ଥିବା ୮ଟି ରୁଟରେ ବସ ଚଳାଚଳ ବନ୍ଦ କରିବାକୁ ଚେତାବନୀ ଦେଇଥିଲା ମାଲିକ ସଂଘ । ତେବେ ପରିବହନ ମନ୍ତ୍ରୀ ରମେଶ ମାଝୀ ଏଥିରେ ହସ୍ତକ୍ଷେପ କରି ଜୁନ ୧ରୁ ଲାଗୁ ହେବାକୁ ଥିବା ପ୍ରସ୍ତାବିତ ବର୍ଦ୍ଧିତ ଫି’କୁ ସ୍ଥଗିତ ରଖାଯିବ ବୋଲି କହିଥିଲେ । ଏହାପରେ ଧର୍ମଘଟ ଡାକରାରୁ ଓହରି ଯାଇଥିଲା ଘରୋଇ ବସ ମାଲିକ ସଂଘ । ମାତ୍ର ଆଜି ପିପିଲ ଟୋଲ ଗେଟରେ ବର୍ଦ୍ଧିତ ଫି ଆଦାୟ ହେଉଥିବା ଅଭିଯୋଗ ହୋଇଛି । ଏହା ପ୍ରତିବାଦରେ ବସଗୁଡିକ ସେଠାରେ ଅଟକି ରହିଥିଲା । ପୁଲିସର ହସ୍ତକ୍ଷେପ ପରେ ବସ ଚଳାଚଳ ସ୍ୱାଭାବିକ ହୋଇଛି ।