ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ୧୭ ବର୍ଷ ଧରି ସଂଘର୍ଷ କରିବା ପରେ ଜୀବନ ଯୁଦ୍ଧରେ ହାରିଗଲେ ମଧୁସାର୍ ! ସୁପ୍ରିମକୋର୍ଟର ରାୟ ଆସିବା ପରେ ହୃଦଘାତରେ ମୃତ୍ୟୁ

42

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ରାୟକୁ ଚାହିଁ ଚାହିଁଁ ଚାଲିଗଲା ଜୀବନ । ନ୍ୟାୟ ପାଇଁ ବର୍ଷ ବର୍ଷ ଅପେକ୍ଷା କଲା ପରେ ଆସିଲା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି । କିନ୍ତୁ କିଛି ଲାଭ ନାହିଁ । ଚାକିରୀ ଫେରି ପାଇଲେ ସିନା କିନ୍ତୁ ଚାକିରୀରେ ପୁଣି ଥରେ ଯୋଗ ଦେଇପାରିଲେ ନାହିଁ । ଅନେକ ଦିରର ଆଶା ମଉଳି ଗଲା । ନିଷ୍ପତ୍ତି ଆସିଲ ବେଳକୁ ଜୀବନ ହାରିଲେ ଶିକ୍ଷକ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଦେଲେ ସିନା କିନ୍ତୁ ବହୁତ ବିଳିମ୍ବ ହୋଇଗଲା ।

ସୂଚନା ଅନୁସାରେ ବରଗଡ଼ ପଞ୍ଚାୟତ କଲେଜରେ ପୂର୍ବରୁ ଅଧ୍ୟାପକ ଥିଲେ ମଧୁସାର । ଦୀର୍ଘ ବର୍ଷ ହେବ ଦୃଷ୍ଟିହୀନ ଅଧ୍ୟାପକ ମଧୁ ପାତ୍ର ଶିକ୍ଷାଦାନ ଦେଇଆସୁଥିଲେ । କିନ୍ତୁ ଚାକିରୀ କରିବାର କିଛି ଦିନପରେ ରାଜ୍ୟ ସରକାର ତାଙ୍କୁ ଛଟେଇ କରିଥିଲେ । ଏହାକୁ ନେଇ ମଧୁ ସାର ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ରାଜ୍ୟ ସରକାରଙ୍କ ନିଷ୍ପତି ବିରୋଧରେ ୧୭ ବର୍ଷ ଧରି ସଂଘର୍ଷ କରିବା ପରେ ଜୀବନ ଯୁଦ୍ଧରେ ହାରିଗଲେ ଜଣେ ଶିକ୍ଷକ । ମଧୁସାରଙ୍କ ଚାକିରୀକୁ ନେଇ ୧୭ ବର୍ଷ ପରେ ରାୟ ପ୍ରକାଶ ପାଇଥିଲା ।

ଆଉ ଚାକିରୀରେ ପୁଣି ଥରେ ଯୋଗଦେବାକୁ ମଧୁଙ୍କୁ କୁହାଯାଇଥିଲା । ନିଷ୍ପତ୍ତି ଆସିବା ପରେ ଓକିଲ ପାଖକୁ ଯାଇ କାମରେ ଯୋଗ ଦେବା ପାଇଁ କିଛି ଦସ୍ତଖତ ମଧ୍ୟ କରିଆସିଥିଲେ ମଧୁସାର୍ । ଏବଂ ସ୍ତ୍ରୀଙ୍କୁ କହିଥିଲେ ଯେ ଚାକିରୀ ହୋଇଯାଇଛି ଏବଂ ସରକାର ଆମ କଥା ଶୁଣିଛନ୍ତି । କିନ୍ତୁ ସବୁଠାରୁ ଦୁଃଖଦ କଥା ହେଲା ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଆସିଲା ବେଳକୁ ହୃଦଘାତରେ ଶିକ୍ଷକ ମଧୁ ପାତ୍ରଙ୍କ ଦେହାନ୍ତ ହୋଇଯାଇଛି । ଏତେ ଦିନ ଲଢ଼େଇ କରିବା ପରେ ତାଙ୍କର ଆଶା ପୂରଣ ହୋଇପାରିଲା ନାହିଁ ।