କନକ ବ୍ୟୁରୋ : କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ ଆଉ ଏକ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛି । ହାସ୍ୟ ଯୋଗଗୁରୁ ଡକ୍ଟର ମଦନ କଟାରିଆଙ୍କ ସହ କିସର ୧୫ହଜାର ୯୯୧ ଛାତ୍ରଛାତ୍ରୀ ଏକକାଳୀନ ହାସ୍ୟଯୋଗ କରି ପୂର୍ବ ରେକର୍ଡକୁ ଭାଙ୍ଗି ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ସାମିଲ ହୋଇଛନ୍ତି । ପୂର୍ବରୁ ୨୦୧୫ରେ ମଧ୍ୟପ୍ରଦେଶର ୧ହଜାର ୧୨୬ଜଣ ଏକକାଳୀନ ହାସ୍ୟଯୋଗ କରି ବିଶ୍ୱ ରେକର୍ଡ କରିଥିଲେ । କିସର ୧୫ହଜାର ୯୯୧ ଛାତ୍ରଛାତ୍ରୀ ଏବେ ଏହି ରେକର୍ଡକୁ ଭାଙ୍ଗିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡର ଭାରତୀୟ ଅଧିକାରୀ ସ୍ୱପ୍ନିଲ ମହେଶ ଡଙ୍ଗରିକର ଉପସ୍ଥିତ ରହି ବିଶ୍ୱର ସର୍ବବୃହତ୍ତ ହାସ୍ୟଯୋଗ ସମାବେଶକୁ ତଦାରଖକୁ କରିବା ସହ ବିଶ୍ୱ ରେକର୍ଡ କରିଥିବା ନେଇ ସାର୍ଟିଫିକେଟ ପ୍ରଦାନ କରିଥିଲେ । ପୂର୍ବରୁ ମଧ୍ୟ କିସ୍ ୨ଟି ବଶ୍ୱ ରେକର୍ଡ ସୃଷ୍ଟି କରିସାରିଛି । ଦୀର୍ଘତମ ମାନବ ଶୃଙ୍ଖଳ ଓ ବୃହତ୍ତମ ମାନବ ବାକ୍ୟ ଗଠନ କରି କିସ୍ ଗିନିଜ୍ ବୁକ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି ।