ପକେଟ ଉପରେ ତେଲ ମାଡ: ଲାଗାତର ଷଷ୍ଠ ଦିନ ଲାଗି ବଢିଲା ପେଟ୍ରୋଲ ଓ ଡିଜେଲ ଦର,ଭୁବନେଶ୍ୱରରେ ପେଟ୍ରୋଲ ୭୫ ଟଙ୍କା ଉପେ

28

କନକ ବ୍ୟୁରୋ : ପୁଣି ଖାଉଟିଙ୍କ ପକେଟ୍ ଉପରେ ମାଡ କରିଛି ପେଟ୍ରୋଲ ଓ ଡିଜେଲ ଦର । ୬ଦିନ ହେଲାଣି ଲଗାତାର ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆସନ୍ତୁ ଦେଖିବା ରାଜଧାନୀ ଭୁବନେଶ୍ୱରରେ ୬ଦିନ ହେଲା କେମିତି ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । ଜୁଲାଇ ୪ ତାରିଖରେ ପେଟ୍ରୋଲ ଲିଟର ପିଛା ୭୪ଟଙ୍କା ୪୫ପଇସା ଓ ଡିଜେଲ ଦର ୭୨ଟଙ୍କା ୩୦ ପଇସା ଥିଲା । ଜୁଲାଇ ୫ରେ ତେଲ ଦର ବୃଦ୍ଧି ପାଇ ପେଟ୍ରୋଲ ୭୪ଟଙ୍କା ୬୧ ପଇସା ଓ ଡିଜେଲ ଦର ୭୨ଟଙ୍କା ୪୩ ପଇସା ଛୁଇଁଥିଲା । ଜୁଲାଇ ୬ରେ ପେଟ୍ରୋଲ ୧୪ ପଇସା ବୃଦ୍ଧି ପାଇ ୭୪ଟଙ୍କା ୭୫ ପଇସା ଓ ଡିଜେଲ ଦର ୧୭ ପଇସା ବୃଦ୍ଧି ପାଇ ୭୨ ଟଙ୍କା ୬୦ ପଇସାରେ ପିଁଚିଥିଲା । ଜୁଲାଇ ୭ରେ ପୁଣି ଦର ବଢ଼ି ପେଟ୍ରୋଲ ଲିଟର ପିଛା ୭୪ଟଙ୍କା ୮୮ପଇସା ଓ ଡିଜେଲ ୭୨ଟଙ୍କା ୭୧ ପଇସାକୁ ଛୁଇଁଥିଲା ।

ତାପରେ ଜୁଲାଇ ୮ରେ ପେଟ୍ରୋଲ ଦର ପୁଣି ବୃଦ୍ଧି ପାଇ ୭୫ଟଙ୍କା ଟପିଥିଲା । ପେଟ୍ରୋଲ ଲିଟର ପିଛା ୭୫ଟଙ୍କା ୩ପଇସା ଓ ଡିଜେଲ ଦର ୭୨ଟଙ୍କା ୮୨ ପଇସା ପାର କରିଥିଲା । ଆଜି ଷଷ୍ଠ ଦିନରେ ପେଟ୍ରୋଲ ଲିଟର ପିଛା ୨୩ ପଇସା ବୃଦ୍ଧି ପାଇ ୭୫ଟଙ୍କା ୨୬ ପଇସା ଓ ଡିଜେଲ ଦର ୨୩ ପଇସା ବୃଦ୍ଧି ପାଇ ୭୩ ଟଙ୍କା ୫ପଇସାକୁ ଛୁଇଁଛି । ପୂର୍ବରୁ ଗତ ମେ ମାସ ୨୦ ତାରିଖରେ ପେଟ୍ରୋଲ ଓ ଡିଜେଲ ଦର ୭୫ ଟଙ୍କା ଟପିବା ସହିତ ସେହିମାସ ୨୯ ତାରିଖରେ ସର୍ବେଚ୍ଚ ୭୭ଟଙ୍କା ୨୩ ପଇସା ଛୁଇଁଥିଲା । ଏହା ପରେ ଯଦିଓ ପେଟ୍ରୋଲ ମୂଲ୍ୟ ହ୍ରାସ ଘଟିଥିଲା । ୧୮ ଦିନର ବ୍ୟବଧାନ ପରେ ପୁଣି ଥରେ ତେଲ ଦର ବଢ଼ିବାରେ ଲାଗିଛି । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ସହ ଟଙ୍କାର ବିନିମୟ ମୂଲ୍ୟ ଦୁର୍ବଳ ଯୋଗୁଁ ଦେଶରେ ତେଲ ଦର ବଢ଼ିବାରେ ଲାଗିଛି ।