ତିନିବର୍ଷର ରେକର୍ଡ ଛୁଇଁଲା ତେଲ ଦର! ପେଟ୍ରୋଲ ୭୦, ଡିଜେଲ ୬୫ । ଚିନ୍ତାରେ ଗ୍ରାହକ

30

କନକ ବ୍ୟୁରୋ : ତିନିବର୍ଷର ରେକର୍ଡ ଭାଙ୍ଗିଲା ପେଟ୍ରୋଲ ଓ ଡିଜେଲ ଦର । ୨୦୧୪ ଅଗଷ୍ଟ ମାସ ପରେ ପ୍ରଥମଥର ଲାଗି ପେଟ୍ରୋଲ ଲିଟର ପିଛା ଦର ୭୦ ଟଙ୍କା ଟପିଛି । ସେହିପରି ଡିଜେଲ ଦର ୬୫ ଟଙ୍କା ପାର କରିଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୭୦ଟଙ୍କା ୬ ପଇସା ଥିବାବେଳେ ଡିଜେଲ ଦର ୬୬ଟଙ୍କା ୨୯ ପଇସା ରହିଛି । ବର୍ଷେ ତଳେ ପେଟ୍ରୋଲ ଦର ୬୦ଟଙ୍କା ୫୫ ପଇସା ଥିଲା ।

petrol-pump-759ଅନ୍ତର୍ଜାତୀୟ ବଜାର ଦର ଅନୁସାରେ ପ୍ରତିଦିନ ତେଲଦର କମ୍ବୃଦ୍ଧି ହେବାପରେ ବର୍ଷକ ମଧ୍ୟରେ ପେଟ୍ରୋଲ ମୂଲ୍ୟ ପ୍ରାୟ ୪ ପ୍ରତିଶତ ବଢିଛି । ସେହିଭଳି ଡିଜେଲ ମୂଲ୍ୟରେ ପ୍ରାୟ ସାଢେ ୬ ପ୍ରତିଶତ ବୃଦ୍ଧି ଆସିଲାଣି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦରକୁ ଦେଖି ପ୍ରତିଦିନି ସକାଳ ୬ଟାରୁ ନୂଆ ଦର ଘୋଷଣା କରୁଛନ୍ତି ତୈଳକମ୍ପାନି ଗୁଡିକ । ଟଙ୍କା ଓ ଡଲାର ମଧ୍ୟରେ ବିନିମୟ ମୂଲ୍ୟକୁ ନେଇ ବଜାର ଦର ଧାର୍ଯ୍ୟ ହେଉଛି । ୨୦୧୪ ଡିସେମ୍ବର ପରେ ପ୍ରଥମଥର ଅଶୋଧିକ ତୈଳଦର ବ୍ୟାରେଲ ପିଛା ଦର ୭୦ ଡଲାରରୁ ଅଧିକ ହୋଇଛି । ଯାହାର ପ୍ରଭାବ ଭାରତୀୟ ତୈଳ ବଜାର ଉପରେ ପଡିଛି ।