ପେଟ୍ରୋଲ ଓ ଡିଜେଲରେ ଲାଗିଲା ନିଆଁ ! ୪ ବର୍ଷର ରେକର୍ଡ ଭାଙ୍ଗିଲା ପେଟ୍ରୋଲ-ଡିଜେଲ ଦାମ, ରାଜ୍ୟର ପ୍ରମୁଖ ସହରରେ ଦର ୭୦ ପାର

26

କନକ ବ୍ୟୁରୋ : ରେକର୍ଡ ଭାଂଗିଲା ତେଲ ଦର । ୪ ବର୍ଷର ସର୍ବାଧିକ ସ୍ତରରେ ପହଚିଂଛି ପେଟ୍ରୋଲ ଓ ଡିଜେଲ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରଭାବ ଭାରତୀୟ ବଜାର ଉପରେ ପଡିଛି । ରେକର୍ଡ କରିଛି ମୁମ୍ବାଇର ଦର । ଏଠାରେ ଆଜି ପେଟ୍ରୋଲ ଲିଟର ପିଛା ୮୧ ଟଙ୍କା ୮୩ ପଇସା ରହିଛି । ଅନ୍ୟପଟେ ଓଡିଶାରେ ପେଟ୍ରୋଲ ଲିଟର ୭୬ ଟଙ୍କା ପାଖାପାଖି ପହଞ୍ଚିଗଲାଣି । ତେଲ ଦର ହୁ ହୁ ହୋଇ ବଢି ଚାଲିଥିବା ବେଳେ ଏହାର ତାତି ବିଧାନସଭାରେ ମଧ୍ୟ ଅନୁଭୂତ ହୋଇଛି । ଯାହାକୁ ପ୍ରସଙ୍ଗ କରି ଆଜି ବିଧାନସଭାରେ ହଙ୍ଗାମା କରିଛନ୍ତି କଂଗ୍ରେସ । ଗତ ଚାରି ବର୍ଷର କେନ୍ଦ୍ରର ଭୁଲ ଆର୍ଥିକ ନୀତି ଯୋଗୁଁ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି ବୋଲି ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି ।

ରାଜ୍ୟର କେତେକ ପ୍ରମୁଖ ସହରର ତେଲ ଦର ଉପରେ ଏବେ ୭୦ ଉପରେ ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୩ଟଙ୍କା ୫ପଇସା ରହିଥିବା ବେଳେ ଡିଜେଲ ଦର ୭୦ଟଙ୍କା ୨୪ପଇସା ରହିଛି । ସେହିପରି କଟକରେ ପେଟ୍ରୋଲ ଦର ୭୩ ଟଙ୍କା ୧୮ ପଇସା ଓ ଡିଜେଲ ୭୦ ଟଙ୍କା ୩୭ ପଇସା ରହିଛି । ବ୍ରହ୍ମପୁରରେ ପେଟ୍ରୋଲ ଲିଟରକ ୭୩ ଟଙ୍କା ୮୯ ପଇସା ଓ ଡିଜେଲ ୭୧ ଟଙ୍କା ୧୬ ପଇସା ରହିଛି । ସମ୍ବଲପୁରରେ ପେଟ୍ରୋଲ ଲିଟର ପିଛା ୭୩ ଟଙ୍କା ୪୬ ପଇସାରେ ଏବଂ ଡିଜେଲ ୭୦ ଟଙ୍କା ୬୬ ପଇସାରେ ବିକ୍ରି ହେଉଛି । ବାଲେଶ୍ୱରରେ ପେଟ୍ରୋଲ ଦର ୭୨ ଟଙ୍କା ୯୫ ପଇସା ଓ ଡିଜେଲ ୭୦ ଟଙ୍କା ୧୪ ପଇସା ରହିଥିବା ବେଳେ ରାଉରକେଲାରେ ପେଟ୍ରୋଲ ୭୩ ଟଙ୍କା ୭୫ ପଇସା ଓ ଡିଜେଲ ୭୦ଟଙ୍କା ୯୫ ପଇସା ରହିଛି । ଜୟପୁରରେ ପେଟ୍ରୋଲ ୭୫ ଟଙ୍କା ୮୯ ପଇସା ଦେଇ ଖାଉଟି କିଣୁଥିବା ବେଳେ ଡିଜେଲ ଲିଟର ପିଛା ୭୩ ଟଙ୍କା ୭ ପଇସା ଦେଇ କିଣୁଛନ୍ତି ।