ପିଠା କାର୍ଯ୍ୟକ୍ରମରେ ବାଲିଗୁଡାରେ ବିଡିଓ ହଟହଟା ! ଏଲଇଡି ବଲବ ଓ ଭତ୍ତା ଟଙ୍କା ନମିଳିବାରୁ ତାତିଲେ ଲୋକେ

96

କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାଟଗୁଡା ପଂଚାୟତରେ ପିଠା କାର୍ଯ୍ୟକ୍ରମରେ ପାଟିତୁଣ୍ଡ ହେବା ସହ ଉତ୍ତେଜନା ଦେଖାଦେଇଛି । ଉତ୍ୟକ୍ତ ଲୋକେ ବିଡିଓଙ୍କୁ ଟଣାଓଟରା କରିଛନ୍ତିା ଲୋକେ ଏଲଇଡି ବଲବ ଓ ଭତ୍ତା ଟଙ୍କା ନମିଳିବାରୁ ବିଡିଓ ନରେଶ ଶବରକୁ ପ୍ରଶ୍ନ କରିଥିଲେ ।

କିନ୍ତୁ ବିଡିଓ କୌଣସି ଉତ୍ତର ନଦେବାରୁ ଲୋକେ ଉତ୍ତେଜିତ ହୋଇ ଟଣାଓଟରା କରିଛନ୍ତି । ଲୋକେ ଅଭିଯୋଗ କରିଥିଲେ, ସେମାନଙ୍କୁ ମିଛ କଥା କହି କାର୍ଯ୍ୟକ୍ରମକୁ ଡକାଯାଇଛି । ମାସେ ହେଲା ଏଲଇଡି ବଲବ ଦିଆଯାଇନାହିଁ କାହିଁକି । ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି ।