ପୁଲିସ ସାମନାରେ ଲଙ୍କାକାଣ୍ଡ : ପାଟଣାଗଡରେ ଦୁର୍ଘଟଣାକୁ ନେଇ ବସ ଜାଳିଦେଲେ ଉତ୍ୟକ୍ତ ଲୋକେ

31

କନକ ବ୍ୟୁରୋ: ପୁଲିସ ସାମ୍ନାରେ ବସ୍ ଜାଳିଦେଲେ ଉତ୍ୟକ୍ତ ଜନତା । ପାଟନାଗଡ଼ ଭାଲୁସାଗର ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ଓ ଦୁର୍ଘଟଣାରେ ବାଇକ୍ ଆରୋହୀ ସମେତ ଦୁଇ ଜଣ ଶିଶୁମନ୍ଦିର ଛାତ୍ରୀ ଗୁରୁତର ଆହତ ହୋଇଥିଲେ । ଜଣେ ଛାତ୍ରୀଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ବେଳେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା ।

ଉତ୍ୟକ୍ତ ଲୋକ ବସ ଭଂଗାରୁଜା କରିବା ସହ ଏହାକୁ ନିକଟରେ ଥିବା ବିଲରେ ଓଲଟାଇଦେଇଥିଲେ । ପୁଲିସ ବୁଝାସୁଝା କରିବା ସତ୍ୱେ ଥମିନଥିଲା ଉତେଜନା ଓ ଉତ୍ୟକ୍ତ ଜନତା ବସଟିକୁ ଜାଳିଦେଇଥିଲେ । ଏବେ ବି ଘଟଣାସ୍ଥଳରେ ଉତେଜନା ଜାରି ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଦିନ ସାମେ ୧୦ଟା ବେଳେ ପାଟଣାଗଡ଼ ବ୍ଲକ୍‌ ସାଲେପାଲି ଗାଁର ବଳାରାମ ସା ୨ ଜଣ ଛାତ୍ରୀଙ୍କୁ ବାଇକରେ ବସାଇ ଗାଁକୁ ଆସୁଥିଲେ। ଭାଲୁସାଗର ନିକଟରେ ସେମାନଙ୍କୁ ଓଆର୦୩ଏଫ ୫୯୨୮ ନମ୍ବର ବିଶିଷ୍ଟ ପୁରେହିତ ଓରଫ ରାଜଲକ୍ଷ୍ମ୍ମୀ ନାମକ ଏକ ଘରୋଇ ବସ ପଛପଟୁ ଧକ୍କା ଦେଇଥିଲା। କୌଣସି ମତେ ବାଇକରେ ଥିବା ଶ୍ରୀ ସା ଓ ଅନ୍ୟ ଦୁଇଜଣ ଛାତ୍ରୀ ବଞ୍ଚି ଯାଇଥିଲେ ମଧ୍ୟ ବାଇକଟିି ବସ ତଳେ ସମ୍ପୂର୍ଣ୍ଣ ଚାପି ହୋଇଯାଇଥିଲାା। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହିତ ପୁଲିସ ଖବର ପାଇ ସେଠାରେ ପହଞ୍ଚିଥିଲା। ମାତ୍ର ବସର ଡ୍ରାଇଭର ଓ କଣ୍ଡକ୍ଟର ଦୁର୍ଘଟଣା ପରେ ଫେରାର ହୋଇ ଯାଇଥିିବାରୁ ଲୋକେ ଉତ୍ତ୍ୟକ୍ତ ହୋଇ ବସକୁ ଓଲଟାଇ ଦେବା ସହିତ ଏଥିରେ ନିଆଁ ଲଗାଇ ଦେଇଥିଲେ।