ବହୁରୂପୀ ତେଜପ୍ରତାପ ! କେତେବେଳେ ଶିବ ତ କେତେବେଳେ କୃଷ୍ଣ ଏବେ କ୍ରିକେଟର ଅବତାରରେ ଦେଖାଗଲେ ଲାଲୁ ଲାଡଲା । 

73

ଏବେ ପର୍ଯ୍ୟନ୍ତ ଆପଣ ତେଜପ୍ରତାପଙ୍କ ବିଭିନ୍ନ ଅନ୍ଦାଜକୁ ଦେଖିଥିବେ ଯେଉଁ ଖାସ୍ ଅନ୍ଦାଜ ଯୋଗୁଁ ତେଜପ୍ରତାପ ସବୁବେଳେ ଚର୍ଚ୍ଚାର ପରିସରକୁ ଆସିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଲାଲୁ ଲାଡଲାଙ୍କର ଫୁଲ୍ ଡୋଜ୍ ଡ୍ରାମା ଦେଖାଇବାକୁ ଯାଉଛୁ । ଯେଉଁଠାରେ କ୍ରିକେଟ୍ ,ସିନେମା ଏବଂ ରାଜନୀତି ସବୁ ମିଶିଅଛି । ବଂଶୀ ବଜାଉଥିବା ରାଷ୍ଟ୍ରୀୟ ଜନତା ଦଳର ନେତା ତଥା ବିହାରର ପୂର୍ବ ସ୍ୱାସ୍ଥ୍ୟମନ୍ତ୍ରୀ ତେଜପ୍ରତାପ ଯାଦବ କ୍ରିକେଟ୍ ବଲ୍ ହାତରେ ଧରି କ୍ରିକେଟ୍ ପିଚ୍ ଉପରେ ଭାଗ୍ୟ ପରୀକ୍ଷା କରୁଥିବାର ନଜର ଆସିଛନ୍ତି । ହାତରେ ବଲ୍ ଧରି ଚଉକା ଛକା ମାରୁଛନ୍ତି ତେଜପ୍ରତାପ । ଏହି ସମୟରେ ତାଙ୍କୁ ପ୍ରଶ୍ନଉତ୍ତର ମଧ୍ୟ ପଚରାଯାଉଛି ।

ପ୍ରଶ୍ନରେ ତାଙ୍କୁ ପଚରାଯାଉଛି ଯେ ଆପଣ କାହାକୁ ଛକା ମାରୁଛନ୍ତି? ଉତ୍ତରରେ ସେ କହୁଛନ୍ତି ମୁଁ ମୋଦି ଜୀଙ୍କୁ ଛକା ମାରୁଛି । ଦୁଇଭାଇ ମିଶି ୨୦୧୯-୨୦ ବିଶ୍ୱକପ୍ ଜିତିବୁ ଏବଂ ସମସ୍ତଙ୍କୁ ଚଉକା ଛକା ମାରି ପିଚ୍ ରୁ ବାହାର କରିଦେବୁ । କ୍ରିକେଟ୍ ଖେଳିବା ପରେ ସେ ସାଇକେଲ୍ ମଧ୍ୟ ଚଲାଇଲେ । ଏଥିମଧ୍ୟରେ ସେ ଜଣେ ସିନେମା କଳାକାରଙ୍କୁ ଅଭିନୟ କରିବାକୁ ମଧ୍ୟ କହିଥିଲେ । ଏହାସହ ମିଛିମିଛିକା ଆକ୍ସନ୍ ,ରୋମାନ୍ସ ,ଡ୍ରାମା ସବୁ ଉକ୍ତ ସ୍ଥାନରେ ଗୋଟିକ ପରେ ଗୋଟିଏ ହୋଇ ଚାଲିଲା ।